ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଅଳିଆଗଦାରୁ ବାହାରିଲା କଟା ହାତ ଓ ଗୋଡ଼

Advertisment
ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଅଳିଆଗଦାରୁ ବାହାରିଲା କଟା ହାତ ଓ ଗୋଡ଼

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ଅସୁରକ୍ଷିତ ହୋଇଛି। ନୂଆ ପ୍ରକାରର ଅପରାଧିକ ଘଟଣା ପଦାକୁ ଆସୁଛି। ଏବେ ଭୁବନେଶ୍ୱରରୁ ଆଉ ଏକ ଚାଞ୍ଚଲ୍ୟ ଖବର ଆସିଛି। ଆଜି ଅପରାହ୍ନରେ ଖାରବେଳନଗର ଥାନା ଅଞ୍ଚଳରେ ଥିବା ହାଉସିଂ କର୍ପୋରେସନ କଲୋନି (ରାମ ମନ୍ଦିର ପଛ ପଟ)ର ରାସ୍ତାକଡ଼ ଅଳିଆ ଗଦାରୁ କଟା ହାତ ଓ ଗୋଡ଼କୁ ପୁଲିସ ଜବତ କରିଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଖାରବେଳନଗର ଥାନା ପୁଲିସ ହାଉସିଂ କର୍ପୋରେସନ କଲୋନିର ରାସ୍ତାକଡ଼ ଅଳିଆ ଗଦାକୁ ପହଂଚିଥିଲା। ଅଳିଆ ଗଦାରୁ ପୁଲିସ କଟା ହାତ ଓ ଗୋଡ଼ ସମେତ ମଣିଷର ଅନ୍ୟ କିଛି ଅଙ୍ଗ ପ୍ରତ୍ୟଙ୍ଗ ମିଳିଥିଲା।

ତେବେ କଟା ହାତ ଓ ଗୋଡ଼ ଜବତ ଘଟଣାରେ ପୁଲିସ କହିଛି, ମିଳିଥିବା ଜିନିଷକୁ ଦେଖିଲେ ଏହା ବହୁତ ଦିନ ତଳର ଘଟଣା ଭଳି ଜଣାପଡୁଛି। ଦୁର୍ଗନ୍ଧ ମଧ୍ୟ ବାହାରୁନି। ଏବେ ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଅଧିକ ତଦନ୍ତ ପାଇଁ ଜବତ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ ଏମ୍‌ସ ମେଡିକାଲକୁ ପରୀକ୍ଷା ପାଇଁ ନିଆଯିବ। ସେଠାରୁ ରିପୋର୍ଟ ଆସିଲା ପରେ ଅଧିକ କିଛି ଜଣାପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe