ଓଆର୍‌ଏଚ୍‌ଡିସି ଦୁର୍ନୀତି : ୧୦ ପର୍ଯ୍ୟନ୍ତ ବିନୋଦ କୁମାରଙ୍କୁ ଆଶ୍ୱସ୍ତି

Advertisment
ଓଆର୍‌ଏଚ୍‌ଡିସି ଦୁର୍ନୀତି : ୧୦ ପର୍ଯ୍ୟନ୍ତ ବିନୋଦ କୁମାରଙ୍କୁ ଆଶ୍ୱସ୍ତି

କଟକ : ବହୁ ଚର୍ଚ୍ଚିତ ଓଆର୍‌ଏଚ୍‌ଡିସି (ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ୍‌ କର୍ପୋରେସନ୍‌) ଦୁର୍ନୀତି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଏଏସ୍‌ ବିନୋଦ କୁମାରଙ୍କ ସହିତ ଅନ୍ୟ ୪ ଜଣଙ୍କ ବିରୋଧରେ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ଅଙ୍କୁଶ ଜାରି କରିଛନ୍ତି। ପୂର୍ବରୁ ବିନୋଦ କୁମାରଙ୍କ ସହିତ ଅନ୍ୟ ଅଭିଯୁକ୍ତଙ୍କ ଆବେଦନ ହାଇକୋର୍ଟ ଜୁଲାଇ ୨୭ରେ ଖାରଜ କରିଥିଲେ। ଏଥି ସହିତ ଆବେଦନକାରୀ ଚାହିଁଲେ ୨୦୧୮, ଅଗଷ୍ଟ ୪ ତାରିଖ ବା ତା’ ପୂର୍ବରୁ ଭୁବନେଶ୍ୱର ଭିଜିଲାନ୍ସ ଅଦାଲତରେ ହାଜର ହେବେ ଓ ସେ ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ ଥିବା ଜାମିନ ବିହୀନ ଗିରଫ ପରଓ୍ଵାନା କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବିନୋଦ କୁମାରଙ୍କ ସହିତ ଅନ୍ୟ ଅଭିଯୁକ୍ତମାନେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସାନି ପିଟିସନ୍‌ ଦାଖଲ କରିଥିଲେ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଅଗଷ୍ଟ ୧୦ ପର୍ଯ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଜାରି କରିବା ସହିତ ଏନବିଡବ୍ଲ୍ୟୁ ରିକଲ ପିଟିସନ ଉପରେ ଆସନ୍ତା ୭ତାରିଖରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା, ଅରୁଣ କୁମାର ଆଚାର୍ଯ୍ୟ, ଦେବାଶିଷ ଷଡ଼ଙ୍ଗୀ, ସୁଦୀପ୍ତ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ନିମ୍ନ ଅଦାଲତରେ ଓଏଚ୍‌ଆରଡିସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ରାୟ ପ୍ରଦାନ କରିବା ପୂର୍ବରୁ ୩୧୫ ଧାରା ଅନ୍ତର୍ଗତ ତାଙ୍କର ବୟାନ ନିଆଯାଇ ନଥିବା ଦର୍ଶାଇ ବୟାନ୍‌କୁ ରେକର୍ଡ କରିବାପାଇଁ ତାଙ୍କୁ ଅନୁମତି ଦିଆଯାଉ ବୋଲି ବିନୋଦ କୁମାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହେଲେ ଖଣ୍ଡପୀଠ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ ଓ ଆବେଦନକୁ ଖାରଜ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe