ଆଜିଠାରୁ କୋର୍ଟଙ୍କ ଦ୍ୱାରା ଅନୁମତିପ୍ରାପ୍ତ କର୍ମଚାରୀ କରିପାରିବେ ହାଇକୋର୍ଟରେ ମାମଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବିବାଦ ମାମଲା: ମେ ୧୬ ପରିବର୍ତ୍ତେ ୯ରେ ହେବ ଶୁଣାଣି

India Legal

କଟକ: ହାଇକୋର୍ଟରେ ମାମଲା ଶୁଣାଣିର ଆଜିଠାରୁ ସିଧା ପ୍ରସାରଣ ଆରମ୍ଭ ହୋଇଛି । ଏଥିପାଇଁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇଛି । ତେବେ ମାମଲା ଶୁଣାଣି ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ବା ସିଧା ପ୍ରସାରଣ କରିବେ ହାଇକୋର୍ଟଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତି।

ସିଧାପ୍ରସାରଣର ୱେବ ଲିଙ୍କ ହାଇକୋର୍ଟଙ୍କ ୱେବସାଇଟରେ ଏବଂ ସଂପୃକ୍ତ ଖଣ୍ଡପୀଠଙ୍କ କଜ୍ ଲିଷ୍ଟରେ ପ୍ରକାଶ ପାଇବ । କିନ୍ତୁ ପାରିବାରିକ ବିବାଦ, ଶିଶୁ ଓ ବାଳ ଅପରାଧ ସଂପର୍କିତ ମାମଲା, ପକ୍ସୋ ଆଇନ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ସଂକ୍ରାନ୍ତୀୟ ମାମଲାର ସିଧା ପ୍ରସାରଣ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଜାତୀୟ ସୁରକ୍ଷା ସଂପର୍କିତ ମାମଲାକୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe