Advertisment

ମହାଶିବରାତ୍ରିରେ ପରଦାକୁ ଆସିବ ଓଡ଼ିଆ ଆକ୍ସନ ଫିଲ୍ମ ‘ତାଣ୍ଡବ’

Advertisment
ମହାଶିବରାତ୍ରିରେ ପରଦାକୁ ଆସିବ ଓଡ଼ିଆ ଆକ୍ସନ ଫିଲ୍ମ ‘ତାଣ୍ଡବ’

ଭୁବନେଶ୍ବର: ଦୀର୍ଘଦିନର ଅପେକ୍ଷା ପରେ ପରଦାକୁ ଆସିବ ଓଡ଼ିଆ ଆକ୍ସନ ଫିଲ୍ମ ‘ତାଣ୍ଡବ’। ପୃଥ୍ବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ମହାଶିବରାତ୍ରି ଅର୍ଥାତ ଆସନ୍ତାକାଲି ପରଦାକୁ ଆସିବ। ସନ୍ଦୀପ ସାହୁଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଦେବାଶିଷ ପତି, ଚନ୍ଦ୍ରାଣୀ ଦାସ, ଅନୀଶା, ମିହିର ଦାସ, ପୁଷ୍ପା ପଣ୍ଡା, ମନୋଜ ମିଶ୍ର ଓ ସମ୍ଭବ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହାଛଡ଼ା ଫିଲ୍ମରେ ଅଭିନେତ୍ରୀ ଜୀନା ସାମଲ ଏକ ଆଇଟମ୍ ଗୀତରେ ନଜର ଆସିବେ। ଫିଲ୍ମରେ ଅଗ୍ନିରାଜ କିଶୋର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରବୀନ କୁମାର ଓ ରାକେଶ ଦାଶ ଏହାର ଗୀତ ରଚନା କରିଛନ୍ତି। ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ବିଷ୍ଣୁମୋହନ କବି, ଲିପ୍ସା ମହାପାତ୍ର, ନନ୍ଦିତା ଭଞ୍ଜ ଏବଂ ତାରିକ୍ ଅଜିଜଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସୁମଧୁର କଣ୍ଠରେ ଫିଲ୍ମର ଗୀତ ଗୁଡିକ ଖୁବ ମନଛୁଆଁ ହୋଇପାରିଛି।

ଫିଲ୍ମର କାହଣୀ ବିଷୟରେ କହିବାକୁ ଗଲେ ନାୟିକା ନିଜ ପ୍ରେମିକାକୁ ହତ୍ୟା କରିବାର ମିଛ ଆରୋପରେ ଫସି ଜେଲ ଯାଏ। ଏହାର ଅନେକ ବର୍ଷ ପରେ ସେ ଜେଲ୍‌ରୁ ବାହାରି ନିଜକୁ ନିର୍ଦୋଷ ପ୍ରମାଣ କରିବା ପାଇଁ ଏବଂ ପ୍ରେମିକାର ପ୍ରକୃତ ହତ୍ୟାକାରୀକୁ ଖୋଜିବା ପାଇଁ ଲାଗିପଡ଼େ। ହେଲେ ଏଥିରେ ସେ କେତେ ଦୂର ସଫଳ ହୁଏ ଏବଂ ପ୍ରକୃତ ଆରୋପୀକୁ ଖୋଜିପାଏ କି ନାହିଁ ଏହା ସିନେମା ହଲରେ ଫିଲ୍ମ ଦେଖିଲେ ହିଁ ଜଣାପଡ଼ିବ। ଫିଲ୍ମର ଟ୍ରେଲର ଏବଂ ଗୀତକୁଡିକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ସେତିକି ଭଲପାଇବା ଏବଂ ସମର୍ଥନ ମିଳିବ ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe