‌ଡବ୍ଲୁଏଫ୍‌ଇଓର ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଅଶୋକ ବାସା

Advertisment
‌ଡବ୍ଲୁଏଫ୍‌ଇଓର ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଅଶୋକ ବାସା

ଭୁବନେଶ୍ବର: ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ (ଡବ୍ଲ୍ୟୁଏଫ୍‌ଇଓ)ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଭାବ ଅଶୋକ ବାସାଙ୍କୁ ମନୋନୀତ କରାଯାଇଛି। ଏହି ମର୍ଯ୍ୟାଦାଜନକ ପଦବି ହାସଲ କରିବାରେ ସେ ପ୍ରଥମ ଓଡ଼ିଆ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଜି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

ଏହି ଉତ୍ସବରେ ଏଫ୍‌ଆଇଇର ଅଧ୍ୟକ୍ଷ ଭାଗ୍ୟଧର ଭୋଇ, ସମ୍ପାଦକ ରବୀନ୍ଦ୍ରନାଥ ଦଳେଇ ଉପସ୍ଥିତ ରହି ଶ୍ରୀ ବାସାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ, ୧୯୬୮ ମସିହାରେ ୟୁନେସ୍କୋ ନିର୍ଦ୍ଦେଶରେ ଡବ୍ଲ୍ୟୁଏଫ୍‌ଇଓ ପ୍ରତିଷ୍ଠା କରାଯାଇଥିଲା। ଏହା ଇଞ୍ଜିନିୟରିଂ ପାଇଁ ଅନ୍ତର୍ଜାତୀୟ ସ୍ୱର। ଏହି ପଦବି ପାଇବାରେ ଶ୍ରୀ ବାସା ପ୍ରଥମ ଓଡିଆ ହୋଇଥିବା ବେଳେ ଭାରତୀୟ ଭାବେ ଦ୍ବିତୀୟ ଅଟନ୍ତି। ତ୍ରିକୋଣୀୟ ନିର୍ବାଚନରେ ସେ ​​ସର୍ବାଧିକ ଭୋଟ୍‌ ପାଇବା ପରେ କାର୍ଯ୍ୟନିର୍ବାହୀ ଡବ୍ଲ୍ୟୁଏଫ୍‌ଇଓ ଉପାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe