ଆଶା...ଆଶଙ୍କା ....: ୟୁକ୍ରେନ୍‌ରେ ଫସିଛନ୍ତି ବହୁ ଓଡ଼ିଆ ପିଲା

Advertisment
ଯୁଦ୍ଧ ସମାପ୍ତି ପାଇଁ ପୁଟିନଙ୍କ ସଂକେତ  : ୨୦୦ ଯୁଦ୍ଧବନ୍ଦୀ ଅଦଳବଦଳ ପାଇଁ ରାଜି ହେଲେ ରୁଷ, ୟୁକ୍ରେନ୍

TOPSHOT - Black smoke rises from a military airport in Chuguyev near Kharkiv on February 24, 2022. - Russian President Vladimir Putin announced a military operation in Ukraine today with explosions heard soon after across the country and its foreign minister warning a "full-scale invasion" was underway. (Photo by Aris Messinis / AFP) (Photo by ARIS MESSINIS/AFP via Getty Images)

ସୋର: ୟୁକ୍ରେନ୍‌ରେ ଡାକ୍ତରୀ ପାଠ ପଢ଼ୁଥିବା ବାଲେଶ୍ବର ଜିଲ୍ଲା ସୋର ଥାନା କମରପୁର ଅଞ୍ଚଳର ଶ୍ରୀକାନ୍ତ ମହାପାତ୍ରଙ୍କ ଝିଅ ସଙ୍ଗୀତା ମହାପାତ୍ର ଓ ତାଙ୍କ ସହପାଠିନୀ ଭଦ୍ରକ ଜିଲ୍ଲା ଭାଟପଡ଼ା ଗ୍ରାମର କିଶୋର ଚନ୍ଦ୍ର ନାୟକଙ୍କ ଝିଅ ମଧୁମିତା ସେଠାରେ ଫସିରହିଛନ୍ତି। ଯୁଦ୍ଧ ଘନଘଟା ଭିତରେ ଝିଅ ସଙ୍ଗୀତା ଓ ତାଙ୍କ ସହପାଠିନୀ ମଧୁମିତା କେମିତି ସୁରକ୍ଷିତ ଅବସ୍ଥାରେ ଘରକୁ ଫେରିଆସିବେ, ସେ ନେଇ ସରକାରଙ୍କୁ ନିବେଦନ କରିଛନ୍ତି ସଙ୍ଗୀତାଙ୍କ ବାପା କିଶୋର ମହାପାତ୍ର।

ଗୁଣପୁର: ୟୁକ୍ରେନ୍‌ର ଭିନେସ୍ତା ସହରରେ ଫସିଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ୩ଜଣ ଛାତ୍ରଛାତ୍ରୀ। ଗୁଣପୁର ସହରର ଡି. ଶ୍ରୀଧରଙ୍କ ଝିଅ ଡି. ଶ୍ରୀୟା ୟୁକ୍ରେନ୍‌ର ଭିନେସ୍ତା ସହର ସ୍ଥିତ ସର୍ବପୁରାତନ ମେଡିକାଲ କଲେଜର ଦ୍ବିତୀୟ ବର୍ଷ ଏମ୍‌ବିବିଏସ୍‌ ଛାତ୍ରୀ। ସେହିପରି ଗତବର୍ଷ ସ୍ଥାନୀୟ ସି.ଏଚ୍‌ ସଂପଦ କୁମାର ଏବଂ ଜି. ସନ୍ତୋଷୀ ମଧ୍ୟ ସେହି ମେଡିକାଲ କଲେଜ ନାମ ଲେଖାଇଥିଲେ। ଗତକାଲି ମଧ୍ୟାହ୍ନରେ ଜି. ସନ୍ତୋଷୀ ୟୁକ୍ରେନ୍‌ରେ ପହଞ୍ଚିଥିଲେ। ଆଜି ଯୁଦ୍ଧ ଆରମ୍ଭ ହୋଇଯାଇଥିବା ଖବର ପାଇ ପିଲାଙ୍କ ପାଇଁ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି।

ତେନ୍ତୁଳିଖୁଣ୍ଟି: ଋଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରେ ୟୁକ୍ରେନ୍‌ରେ ଫସିଛନ୍ତି ନବରଙ୍ଗପୁର ଜିଲ୍ଲା ଡାକ୍ତରୀ ଛାତ୍ର ସୌରଭ ସାହୁ। ଗଣମାଧ୍ୟମରୁ ଯୁଦ୍ଧ ସଂପର୍କରେ ପରିବାର ଲୋକ ଖବର ପାଇ ଚିନ୍ତା ପ୍ରକଟ କରିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଞ୍ଚଳଗୁମ୍ମା ଗାଁର ସୁବାସ ସାହୁଙ୍କ ଏକମାତ୍ର ପୁଅ ସୌରଭ ଏମ୍‌ବିବିଏସ୍‌ ପଢ଼ିବା ପାଇଁ ୟୁକ୍ରେନ୍‌ ଯାଇଥିଲେ। ଚଳିତ ବର୍ଷ ତାଙ୍କ ପାଠ୍ୟକ୍ରମର ଶେଷ ବର୍ଷ ହୋଇଥିବାରୁ ସ୍ବଦେଶକୁ ଫେରିବା ପାଇଁ ବେଶ ଉତ୍ସାହିତ ଥିଲେ। ମାତ୍ର, ଯୁଦ୍ଧ ପରିସ୍ଥିତି ଯୋଗୁ ଚିନ୍ତାରେ ସେ।
ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଧଳାପଥରର ପ୍ରାଧ୍ୟାପକ କମଳ ରଣା ଓ ମନୋରମା ମହାପାତ୍ରଙ୍କ ଝିଅ ମାନସୀ ରଣା ୟୁକ୍ରେନ୍‌ରେ ଫସି ରହିଛନ୍ତି। ୟୁକ୍ରେନ୍‌ର ଖାର୍କିବି ନାସନାଲ ମେଡିକାଲ ୟୁନିଭର୍ସିଟିରେ ଦ୍ବିତୀୟ ବର୍ଷର ଡାକ୍ତରୀ ଛାତ୍ରୀ।

କଟକ: ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଫସି ରହିଛନ୍ତି କଟକର ଡାକ୍ତରୀ ଶେଷ ବର୍ଷର ଛାତ୍ର ଆର୍ଯ୍ୟମାନ ଅଭିଷେକ। ଯୁଦ୍ଧ ପରିସ୍ଥିତିକୁ ନେଇ ଦିନକୁ ଦିନ ୟୁକ୍ରେନ୍‌ ସ୍ଥିତି ଜଟିଳ ହେବାରେ ଲାଗିଥିବାବେଳେ ପୁଅର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ଚିନ୍ତାରେ ପଡିଛନ୍ତି ପୂରା ପରିବାର। କେମିତି ପୁଅ ସୁରକ୍ଷିତଭାବେ ଘରେ ପହଞ୍ଚିବ, ସେଥିପାଇଁ ମା’ ଅରୁଣାଜ୍ୟୋତି ବିଶ୍ବାଳଙ୍କ ସମେତ ଆର୍ଯ୍ୟମାନ ଅଭିଷେକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭିଡିଓ ଜାରି କରି ସେମାନଙ୍କୁ ସୁରକ୍ଷିତଭାବେ ଓଡିଶା ଫେରାଇ ଅଣାଯିବା ଦିଗରେ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି। ଆର୍ଯ୍ୟମାନ ହେଉଛନ୍ତି, ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ଅମୀୟ ବିଶ୍ବାଳଙ୍କ ସାନପୁଅ।

ଅନୁଗୁଳ: ଅନୁଗୁଳର ପୁଅ ଆଲୋକ ସାମଲ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ପର୍ଶୁରାମ ସାମଲ ଓ ପ୍ରତିମା ସାମଲଙ୍କ ପୁଅ ଆଲୋକ ଡାକ୍ତରୀ ପଢ଼ିବାକୁ ୟୁକ୍ରେନ ଯାଇଥିଲେ। ଯୁଦ୍ଧ ଆଶଙ୍କା ଥିଲେ ମଧ୍ୟ ତାଙ୍କ ପାଠ୍ୟକ୍ରମର ଶେଷ ବର୍ଷ ହୋଇଥିବାରୁ ସେ ଫେରିବାକୁ ଉଚିତ ମନେ କରି ନ ଥିଲେ। କିନ୍ତୁ ହଠାତ ଯୁଦ୍ଧ ହେବାରୁ ସେ ଏବେ ଚିନ୍ତାରେ।

ଢେଙ୍କାନାଳ: ଢେଙ୍କାନାଳ ସହର ଉପକଣ୍ଠ ଗୋବିନ୍ଦପୁର ଗ୍ରାମର ବ୍ୟବସାୟୀ ସନ୍ତୋଷ ସ୍ବାଇଁ ଏବଂ ସଂଧ୍ୟାରାଣୀ ସ୍ବାଇଁଙ୍କ ପୁଅ ସୁପ୍ରୀତ୍ ସ୍ବାଇଁ(୨୦) ମେଡିକାଲ୍ ପଢିବା ପାଇଁ ୟୁକ୍ରେନ୍ ଯାଇଛନ୍ତି। ୟୁକ୍ରେନର ବିନିସ୍ତା ସ୍ଥିତ ମେଡିକାଲ୍ କଲେଜରେ ସେ ପ୍ରଥମ ବର୍ଷ ଏମ୍‌ବିବିଏସ୍‌ ଛାତ୍ର ଭାବେ ପଢୁଛନ୍ତି। ଏବେ ସେ ଅଟକି ରହିଛନ୍ତି।

କୋରେଇ: କୋରେଇ ବ୍ଲକ୍ ଅଞ୍ଚଳର ୩ ଜଣ ଛାତ୍ର ୟୁକ୍ରେନ୍‌ରେ ଫସି ରହିଛନ୍ତି। ବରୁଣ୍ତାଇ ପଞ୍ଚାୟତ ବିରୁହାଁପଡ଼ା ଗ୍ରାମର ଟୁଲୁ ନାୟକଙ୍କ ପୁଅ ଛାତ୍ର ପ୍ରଳୟ ନାୟକ, ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମର କୈଳାସ ଚନ୍ଦ୍ର ପଣ୍ଡାଙ୍କ ପୁଅ ଆଶିଷ କୁମାର ପଣ୍ଡା ଏବଂ ଅସନଝର ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ବେଣୁଧର ସ୍ବାଇଁଙ୍କ ପୁଅ ଅଚ୍ୟୁତାନନ୍ଦ ସ୍ବାଇଁ ୟୁକ୍ରେନ୍‌ରେ ଫସିଥିବା ସୂଚନା ମିଳିଛି। ପ୍ରଳୟ ୨୦୨୦ରେ ୟୁକ୍ରେନ୍‌ର ଥାର୍ମିନ୍ ୟୁନିଭରସିଟିରେ ମେଡିକାଲ ପଢ଼ିବା ପାଇଁ ନାମ ଲେଖାଇଥିଲେ। ଆଶିଷ ଭିଏନ୍‌ କାରାଜିନ ଖାରକିଭ ନେସନାଲ ୟୁନିଭରସିଟିରେ ମେଡିକାଲ ପଢ଼ୁଛନ୍ତି। ସେହିପରି ଅଚ୍ୟୁତାନନ୍ଦ ଏମବିବିଏସର ୪ର୍ଥ ବର୍ଷ ଛାତ୍ର।

publive-image

ଚିନ୍ତାରେ ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଛାତ୍ରୀ

ସମ୍ବଲପୁର : ଯୁଦ୍ଧ ପରିସ୍ଥିତି ଯୋଗୁଁ ୟୁକ୍ରେନରେ ଆତଙ୍କର ବାତାବରଣ ରହିଥିବାବେଳେ ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି। ଏମାନଙ୍କର ଅଭିଭାବକମାନେ ଏଠାରେ ଆଶା-ଆଶଂକା ମଧ୍ୟରେ ରହି ନିଜ ପିଲାଙ୍କୁ ଫେରାଇ ଆଣିବା ପାଇଁ ପ୍ରଶାସନ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସମ୍ବଲପୁର ଜିଲ୍ଲାର ସର୍ବାଧିକ ଛାତ୍ରଛାତ୍ରୀ ସେଠାରେ ଫସି ରହିଥିବା ଜଣାଯାଇଛି। ଏଯାଏ ମିଳିଥିବା ସୂଚନା ଅନୁସାରେ, ଏମାନଙ୍କ ମଧ୍ୟରୁ କେବଳ ସମ୍ବଲପୁର ମହାନଗର ଅଂଚଳରେ ରହିଛନ୍ତି ପ୍ରାୟ ୪ ଜଣ ଛାତ୍ରଛାତ୍ରୀ। ସ‌ମସ୍ତେ ଡାକ୍ତରୀ ପଢ଼ୁଛନ୍ତି। ବିଜେଡି ନେତା ମହମ୍ମଦ ଅଜିମ୍ ଅଜୁଙ୍କ ପୁଅ ଜାକି ଉଜ୍ ଜାମନ ୟୁକ୍ରେନର ରାଜଧାନୀ କ୍ବିଭରେ ଥିବା ନେସ୍‌ନାଲ ୟୁନିଭସିର୍ଟି ଅଫ୍ ମେଡିକାଲ୍‌ ସାଇନ୍‌ସରେ ଅଧ୍ୟୟନ କରୁଛନ୍ତି। ସେହିପରି ବୁର୍ଲା ଏମ୍‌ସିଏଲ୍‌ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ରଶ୍ମିତା ମିଶ୍ରଙ୍କ ଝିଅ ଆୟୁଷା ଶତପଥୀ ମଧ୍ୟ ୟୁକ୍ରେନରେ ଅଛନ୍ତି।

ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଅଞ୍ଚଳର ୭ ଜଣ ଓ ବ୍ରଜରାଜନଗରରୁ ୩ ଜଣ ପିଲା ଏବେ ୟୁକ୍ରେନ୍‌ରେ ଫସିଛନ୍ତି। ଏହି ୧୦ ଜଣ ପିଲା ୟୁକ୍ରେନସ୍ଥିତ ଭି ଏନ୍ କାରାଜିନ୍ ୟୁନିଭର୍‌ସିଟିରେ ମେଡିକାଲ ପଢ଼ୁଛନ୍ତି। ସେମାନେ ହେଲେ ସ୍ମୃତିଶିକ୍ତା ବେହେରା, ସୁଶ୍ରୀ ସ୍ବାଗତିକା ନାଏକ, ଭାବନା ସଂହଦେଓ, ଅକ୍ଷୟ ସିଂହଦେଓ, ସୋନାଲି ତ୍ରିପାଠୀ, ରଂଜିତା ପ୍ରଧାନ, ଦେବୀ ପ୍ରସାଦ ସାହୁ ଓ ହରପ୍ରସାଦ ସାହୁ।

ସେହିପରି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଜଣେ ଡାକ୍ତରୀ ଛାତ୍ର ସାଇସ୍ବରୂପ ତ୍ରିପାଠୀଙ୍କ ପାଇଁ ତାଙ୍କ ପରିବାର ଲୋକେ ଚିନ୍ତିତ ଅବସ୍ଥାରେ ରହିଛନ୍ତି। ଟିଟିଲାଗଡ଼ ହାଟପଦାପଡ଼ାର ପାଣ୍ଡବ ତ୍ରିପାଠୀଙ୍କ ପୁଅ ସାଇସ୍ୱରୂପ ୟୁକ୍ରେନର ଖିରକିଭେ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଏମ୍‌ବିବିଏସ୍‌ ଶେଷବର୍ଷର ଛାତ୍ର ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe