ଅନ୍ତର୍ଜାତୀୟ ମଞ୍ଚରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ସନି-ଦି ସନ୍‌ ଅଫ୍‌ ରିଭର୍‌ ମହାନଦୀ’

Advertisment
ଅନ୍ତର୍ଜାତୀୟ ମଞ୍ଚରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ସନି-ଦି ସନ୍‌ ଅଫ୍‌ ରିଭର୍‌ ମହାନଦୀ’

ଭୁବନେଶ୍ବର: ଏସିଆ ମହାଦେଶର ସର୍ବବୃହତ ପରିବେଶ ସମ୍ପର୍କିତ ସଂସ୍ଥା ସି.ଏମ୍‌.ଏସ୍‌ ବାତାବରଣ ପକ୍ଷରୁ ପରିବେଶ ସମ୍ପର୍କିତ ଏକ ‘ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତା’ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସନି-ଦି ସନ୍‌ ଅଫ୍‌ ରିଭର୍‌ ମହାନଦୀ’ ପୁରସ୍କୃତ ହୋଇଛି। ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ ଶ୍ୟାମ ବେନଗଲ୍‌, ମିସ୍‌ ମନ୍ତୁ ବେରାହ, ଜି. କେ. ରାଓ ପ୍ରମୁଖ ଚଳଚ୍ଚିତ୍ରଟିକୁ ପ୍ରଶଂସା କରିଛନ୍ତି।

ଏହି ଚଳଚ୍ଚିତ୍ରଟି ନୀଳା ମହାପାତ୍ରଙ୍କ ନିଜସ୍ୱ ବ୍ୟାନର ‘ସୋସିଆଲ ଇମେଜ’ ଦ୍ବାରା ନିର୍ମିତ ଓ ଓଡ଼ିଆ ନିର୍ଦ୍ଦେଶକ ‌ଶ୍ବେତ କୁମାର ଦାଶଙ୍କ ଦ୍ବାରା ଲିଖିତ ଓ ନିର୍ଦ୍ଦେଶିତ। ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର ଚଳଚ୍ଚିତ୍ରର ନିର୍ଦ୍ଦେଶକ ଡ. ଦାଶ ସମ୍ବର୍ଦ୍ଧିତ କରିଥିବା ବେଳେ ତାଙ୍କୁ ମାନପତ୍ର ସହ ଆର୍ଥିକ ପୁରସ୍କାରସ୍ୱରୂପ ୫୦ ହଜାର ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି। ପୂର୍ବରୁ ଡ. ଦାଶ ମଧ୍ୟ ଅନେକ ଆନ୍ତର୍ଜାତିକ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିସାରିଛନ୍ତି।
‘ସନି ଦି ସନ୍‌ ଅଫ୍‌ ରିଭର୍‌ ମହାନଦୀ’ ଚଳଚ୍ଚିତ୍ରଟି ଝାରସୁଗୁଡ଼ା ଜିଲ୍ଲାର କଲେଇକେଣ୍ଡା ଗ୍ରାମର ସନି ମାଝୀଙ୍କ ଜୀବନର ସତ୍ୟ ଘଟଣା ଉପରେ ଆଧାରିତ। ସନି ମାଝୀ, ଜଣେ ମତ୍ସ୍ୟଜୀବୀ। ମହାନଦୀରେ ପାଣି ନଥିବାରୁ ସେ ଜୀବିକା ହରାଇ ମାନସିକ ଚିନ୍ତାରେ ରୋଗାଗ୍ରସ୍ତ ହୋଇ ଶେଷରେ ସେଇ ମହାନଦୀ କୂଳରେ କିପରି ପ୍ରାଣତ୍ୟାଗ କରିଛି, ତାହା ଏହି ଚଳଚ୍ଚିତ୍ରର ବିଷୟବସ୍ତୁ। ଅଭିନେତା ଚୌଧୁରୀ ବିକାଶ ଦାସ ଓ ମମତା ମହାନ୍ତି ସହ ଅନ୍ୟମାନଙ୍କର ନିଖୁଣ ଅଭିନୟ ଅଧିକ ମର୍ମସ୍ପର୍ଶୀ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe