ୟୁକ୍ରେନରେ ଫସିଛନ୍ତି ଭିଏନ କାରିଭ ଜାତୀୟ ବିଶ୍ବବିଦ୍ୟାଳୟରେ ପଢୁଥିବା ଓଡ଼ିଆ ମେଡିକାଲ ଛାତ୍ର

Advertisment
ୟୁକ୍ରେନରେ ଫସିଛନ୍ତି ଭିଏନ କାରିଭ ଜାତୀୟ ବିଶ୍ବବିଦ୍ୟାଳୟରେ ପଢୁଥିବା ଓଡ଼ିଆ ମେଡିକାଲ ଛାତ୍ର

ଭୁବନେଶ୍ବର: ୟୁକ୍ରେନରେ ଫସିଛନ୍ତି ଭିଏନ କାରିଭ ଜାତୀୟ ବିଶ୍ବବିଦ୍ୟାଳୟରେ ପଢୁଥିବା ଓଡ଼ିଆ ମେଡିକାଲ ଛାତ୍ର। ଏହି ମେଡିକାଲ ବିଶ୍ବବିଦ୍ୟାଳୟରେ ପ୍ରାୟ ୫୦ରୁ ୬୦ ଓଡ଼ିଆ ପିଲା ପଢୁଛନ୍ତି। ଏଥିସହିତ ୟୁକ୍ରେନରେ ମଧ୍ୟ ଅନେକ ଓଡିଆ ପରିବାର ଅଛନ୍ତି।

ଚତୁର୍ଥ ବର୍ଷ ଛାତ୍ର ରୋଶନ ବେହେରା ଜଣାଇଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୩ଥର ବୋମାମାଡ ଶବ୍ଦ ଶୁଣିଛନ୍ତି। ପ୍ରଥମେ ସକାଳ ୫ଟା, ଏହାପରେ ୭.୩୦, ୧୨.୩୦ରେ ବୋମାମାଡ଼ ଶୁଣିଛନ୍ତି। ପ୍ରତି ଥର ଭୟର ଅନୁଭବ ହେଉଛି। କିନ୍ତୁ ବିଶ୍ବାସ ଅଛି ଯେ ସେମାନଙ୍କୁ ଉଦ୍ଧାର କରାଯିବ। ଯୁଦ୍ଧ ଆଶଙ୍କାରେ ପାଇଁ ସେମାନେ ଅତ୍ୟାବଶକୀୟ ସାମଗ୍ରୀ କିଣି ନେଇଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖାଇବାର ସମସ୍ୟା ହୋଇନାହିଁ। କିନ୍ତୁ ପ୍ରତି ମୂହୁର୍ତ୍ତରେ ଚିନ୍ତାରେ ଘର ଲୋକ ଫୋନ କରୁଛନ୍ତି। ରୋଶନଙ୍କ ଅନୁସାରେ, ୨୦୧୪ ମସିହାରେ ଏହିଭଳି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେତେବେଳେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ମଧ୍ୟ କିଛି ହେବ ନାହିଁ ବୋଲି ଆଶା ରହିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ରୋଶନ ୨୦୧୮ ମସିହାରୁ ୟୁକ୍ରେନର ଏହି ମେଡିକାଲ କଲେଜରେ ପଢୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe