ଓଡ଼ିଆ ଫଳକ ବିକୃତ କରିବା ଘଟଣା: ନୂଆ ଫଳକ ଲଗାଇଲା କୋରାପୁଟ ପ୍ରଶାସନ

Advertisment
ଓଡ଼ିଆ ଫଳକ ବିକୃତ କରିବା ଘଟଣା: ନୂଆ ଫଳକ ଲଗାଇଲା କୋରାପୁଟ ପ୍ରଶାସନ

ପଟାଙ୍ଗି : ଜାଣିଶୁଣି ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଓଡ଼ିଶା ଲଗାଇଥିବା ନାମ ଫଳକକୁ ବିକୃତ କରାଯାଇଥିଲା। ଏହାପଛରେ ଉଦ୍ଦେଶ୍ୟ ଥିଲା ବିବାଦକୁ ବଢ଼ାଇବା। ବିବାଦୀୟ ପରିସ୍ଥିତି କରି ତେଲୁଗୁ ଫଳକ ଲଗାଇବା। ଭାଷା ଭିତ୍ତିରେ କୋଟିଆବାସୀଙ୍କୁ ବିଭାଜନ କରି ନିଜ ପତିଆରା ଜାହରି କରିବାକୁ ଚକ୍ରାନ୍ତ ହୋଇଥିଲ। ଯାହାର ଜବାବ ଆଜି ଦେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ନୂଆ ଫଳକ ଲଗାଇ କୋଟିଆ ଓଡ଼ିଶାର ବୋଲି ଦର୍ଶାଇଛି।

ସ୍ବାଧୀନତା ଦିବସ ଅବସରରେ କୋଟିଆରେ ତେଲୁଗୁ ଫଳକ ଲଗାଇବାକୁ ନିଷ୍ପତ୍ତି ନେଇଥିଲା ଆନ୍ଧ୍ର ପ୍ରଶାସନ। କିନ୍ତୁ ଓଡ଼ିଶାର କଡ଼ା ଆଭିମୁଖ୍ୟ ଏବଂ ତୀବ୍ର ପ୍ରତିକ୍ରିୟା ଯୋଗୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ଆନ୍ଧ୍ର ପକ୍ଷରୁ ବାତିଲ କରାଯାଇଥିଲା। କିନ୍ତୁ ସୁଯୋଗ ଅପେକ୍ଷାରେ ରହିଥିଲା। ବାତ୍ୟା ‘ଗୁଲାବ’ ପ୍ରଭାବରେ କୋଟିଆର ଅନେକ ଅଞ୍ଚଳ ବିଚ୍ଛିନ୍ନ ହୋଇଯାଇଥିଲା। ଏହି ଖବର ପାଇ ଆନ୍ଧ୍ର ପକ୍ଷରୁ କୋଟିଆର କିଛି ଗାଁରେ ତେଲୁଗୁ ଫଳକ ଲଗାଇବା ସହ ଓଡ଼ିଶାର ଫଳକ ଗୁଡ଼ିକୁ ବିକୃତ କରାଯାଇଥିଲା। ଆନ୍ଧ୍ରର ଷଡ଼୍‌ଯନ୍ତ୍ର ଖବର ପ୍ରଚାରିତ ହେବାରୁ ବିଭିନ୍ନ ମହଲରେ ପୁଣି ଅସନ୍ତୋଷ ବଢ଼ିଥିଲା। ତେଣୁ ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବିଡିଓ କୃଷ୍ଣଚନ୍ଦ ବିଶ୍ବାସରାୟ, କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତଳାଇ ପ୍ରମୁଖ କୋଟିଆରେ ପହଞ୍ଚିଥିଲେ। ନେରେଡିବାଲାସା, ତାଡିବାଲାସା ଓ ଉପରସେମ୍ବୀ ଗ୍ରାମରେ ନୂଆ ଫଳକ ପୋତିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe