ଆଇଆଇଏମ୍‌ ଲକ୍ଷ୍ନୌରେ ଓଡ଼ିଆ ପ୍ରଫେସରଙ୍କୁ ଗୁରୁ ଦାୟିତ୍ବ

ଆଇଆଇଏମ୍‌ ଲକ୍ଷ୍ନୌରେ ଓଡ଼ିଆ ପ୍ରଫେସରଙ୍କୁ ଗୁରୁ ଦାୟିତ୍ବ

ଭୁବନେଶ୍ୱର : ଜଣାଶୁଣା ଶିକ୍ଷାବିତ୍‌ ତଥା ଅ‌ାଇଆଇଏମ୍‌-ଲକ୍ଷ୍ନୌର ମାର୍କେଟିଂ ପ୍ରଫେସର ସତ୍ୟଭୂଷଣ ଦାଶଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ତାଙ୍କୁ ବିପିସିଏଲ୍‌ ଚେୟାର୍‌ ପ୍ରଫେସର ଇନ୍‌ କଷ୍ଟମର୍‌ କେୟାର୍‌ ଭାବେ ନିଯୁକ୍ତି ଦିଆଯାଇଛି। ଚେୟାର ପ୍ରଫେସର ଭାବେ ଶ୍ରୀ ଦାଶ କଷ୍ଟମର୍‌ କେୟାର୍‌‌ରେ ଗବେଷଣା କାର୍ଯ୍ୟକୁ ପ୍ରୋତ୍ସାହନ ଦେବେ। ତାଙ୍କ ନେତୃତ୍ବରେ ଆଇଆଇଏମ୍‌ରେ ବିଶ୍ବସ୍ତରୀୟ କଷ୍ଟମର୍‌ କେୟାର ସେଣ୍ଟର୍‌ ପ୍ରତିଷ୍ଠା ହେବ। ପ୍ରଫେସର ଦାଶ ଏହା ପୂର୍ବରୁ ସମ୍ମାନଜନକ ଡକ୍ଟର୍‌ ଈଶ୍ବର ଦୟାଲ୍‌ ଚେୟାର୍‌ ପ୍ରଫେସର୍‌ସିପ୍‌ ହାସଲ କରିଛନ୍ତି।

ବର୍ତ୍ତମାନ ସେ ଆଇଆଇଏମ୍‌ ଲକ୍ଷ୍ନୌରେ ଏମର୍ଜିଂ ଇକୋନୋମିସ୍‌ରେ ସେଣ୍ଟର୍‌ ଅଫ୍‌ ମାର୍କେଟିଂର ଅଧ୍ୟକ୍ଷ ଅଛନ୍ତି। ତାଙ୍କ ଦ୍ବାରା ରଚିତ ବହୁ ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ଜାତୀୟ, ଆନ୍ତର୍ଜାତିକ ପତ୍ରିକାରେ ପ୍ରକାଶ ପାଇଛି। ମାର୍କେଟିଂ ରିସର୍ଚରେ ଉପାଦେୟ ଟେକ୍ସଟ୍‌ ବୁକ୍‌ ଭାବେ ବିବେଚିତ ହେଉଥିବା ‘ମାର୍କେଟିଂ ରିସର୍ଚ : ଆନ୍‌ ଆପ୍ଲାଏଡ୍‌ ଓରିଏଣ୍ଟେସନ୍’ର ସେ ସହ-ଲେଖକ ଅଟନ୍ତି।

ନୂଆ ନିଯୁକ୍ତି ପରେ ନିଜ ପ୍ରତିକ୍ରିୟାରେ ପ୍ରଫେସର ଦାଶ କହିଛନ୍ତି ଯେ ଆଇଆଇଏମ୍‌-ଲକ୍ଷ୍ନୌ ପକ୍ଷରୁ ମୋତେ ଏହି ଗୁରୁତ୍ବପୂର୍ଣ୍ଣ ସୁଯୋଗ ଦିଆଯାଇଛି। ଏହି କେନ୍ଦ୍ରରେ ହେବାକୁ ଥିବା ଗବେଷଣା ନିଶ୍ଚିତ ଭାବେ ଭବିଷ୍ୟତର କଷ୍ଟମର୍‌ କେୟାର୍‌ ଓ କଷ୍ଟମର୍‌ କୈନ୍ଦ୍ରିକ ବ୍ୟବସାୟ ସଂସ୍କୃତିରେ ନୂଆ ଦିଶା ଦେଖାଇବ। ପ୍ରଫେସର ଦାଶ ହେଉଛନ୍ତି ନିମାପଡ଼ା କଲେଜର ପୂର୍ବତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଦାଶ ଓ ଜ୍ୟୋତ୍ସ୍ନାମୟୀ ଦାଶଙ୍କ ପୁତ୍ର। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପିଏସ୍‌ୟୁ ଭାରତ ପେଟ୍ରୋଲିୟମ୍ ପକ୍ଷରୁ ବିପିସିଏଲ୍‌ ଚେୟାର ପ୍ରତିଷ୍ଠା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe