ପଶ୍ଚିମବଙ୍ଗ ପୌର ନିର୍ବାଚନରେ ଓଡ଼ିଆ ମହିଳା ମମତାଙ୍କ ବାଜିମାତ୍‌

Advertisment
ପଶ୍ଚିମବଙ୍ଗ ପୌର ନିର୍ବାଚନରେ ଓଡ଼ିଆ ମହିଳା ମମତାଙ୍କ ବାଜିମାତ୍‌

ବାଲେଶ୍ବର: ପଶ୍ଚିମବଙ୍ଗ ପୌର ନିର୍ବାଚନରେ ଜଣେ ଓଡ଼ିଆ ମହିଳା ବିଜେପିରୁ କାଉନ୍‌ସିଲର ପ୍ରାର୍ଥିନୀ ହୋଇ ନିର୍ବାଚନ ଲଢ଼ି ଜିତିଛନ୍ତି। ଖଡ଼ଗପୁର ପୌରପାଳିକାର ୩୧ ନଂ ୱାର୍ଡରେ ମମତା ଦାସ(୩୮) କାଉନସିଲର ପ୍ରାର୍ଥିନୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେ ତାଙ୍କର ପ୍ରତିନ୍ଦ୍ବନ୍ଦୀ ଟିଏମ୍‌ସିର ରୀତା ଯାଦବଙ୍କୁ ୬୭ ଖଣ୍ଡ ଭୋଟ୍‌ରେ ପରାଜିତ କରି ବିଜୟୀ ହୋଇଛନ୍ତି।

ମମତାଙ୍କୁ ୧୫୮୧ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ରୀତାଙ୍କୁ ୧୫୧୪ ଖଣ୍ଡ ଭୋଟ୍‌ ମିଳିଛି। ମମତାଙ୍କ ଘର ଜଳେଶ୍ବର ବ୍ଲକ ନାମ୍ପୋ ବାଣିଦା ଅଞ୍ଚଳରେ। ବାପା ଗିରିଜା ଶଙ୍କର ଦାସ ଓ ମା କାନନବାଳା ଦାସଙ୍କ ଝିଅ ହେଉଛନ୍ତି ମମତା। ମମତା ପରିବାର ସହ ପଶ୍ଚିମବଙ୍ଗରେ ଦୀର୍ଘବର୍ଷ ଧରି ରହିଆସୁଛନ୍ତି। ସେଠାରେ ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ରହି ସମାଜସେବାରେ ନିଜକୁ ନିୟୋଜିତ ରଖିଛନ୍ତି। ମମତାଙ୍କ ବିଜୟୀକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ମିଳିଛି। ସୂଚନାଥାଉକି, ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ହୋଇଥିବା ବେଳେ ଚଳିତ ମାର୍ଚ୍ଚ ୨ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe