ସଫା ଆଳରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

Advertisment
ଦୋକାନା ଓ ଘରେ କଳାକନା ବୁଲାଇଲେ: ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

Jagran

ସୋର: ସୋର ଥାନା ଅନନ୍ତପୁର ପଞ୍ଚାୟତ ବାଲିଛନ୍ଦା ଘାଟ ନିକଟରେ ସଫା କରିବାକୁ କହି ଜଣେ ମହିଳାଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌ କରିଛନ୍ତି କିଛି ଦୁର୍ବୃତ୍ତ। ଆଜି ମଧ୍ୟାହ୍ନ ସମୟରେ ଦୁଇଜଣ ଯୁବକ ଏକ ବାଇକ୍‌ରେ ଗ୍ରାମର ଗୌରୀ ପଣ୍ଡାଙ୍କ ଘରକୁ ଅାସି ଅଳଙ୍କାର ସଫା କରିଦେବେ ବୋଲି କହିଥିଲେ।

ପ୍ରଥମେ ରାଜି ହୋଇ ନଥିଲେ ମଧ୍ୟ ପରେ ଗୌରୀ ଦୁଇଟି ସୁନା ବଳା ଓ ଗୋଟିଏ ସୁନା ଚେନ୍‌ ସଫା କରିବା ପାଇଁ ଯୁବକଙ୍କୁ ଦେଇଥିଲେ। କିଛି ସମୟ ପରେ ଯୁବକମାନେ ଗୌରୀଙ୍କୁ ପିଇବା ପାଇଁ ପାଣି ମାଗିଥିଲେ। ଗୌରୀ ଘର ଭିତରକୁ ପାଣି ଆଣିବାକୁ ଯିବା ମାତ୍ରେ ଯୁବକମାନେ ଗହଣା ନେଇ ଫେରାର୍‌ ହୋଇଯାଇଥିଲେ। ଏନେଇ‌ ଗୌରୀ ପଡ଼ୋଶୀଙ୍କୁ କହିବା ପରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଖୋଜାଖୋଜି କରାଯାଇଥିଲା। ହେଲେ ଯୁବକମାନଙ୍କର କୌଣସି ପତ୍ତା ମିଳି ନଥିଲା। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe