ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ନଗଦ ସହ ଦଶ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି

Advertisment
ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ନଗଦ ସହ ଦଶ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି

OdishaTV

ଜୟପାଟଣା: ଜୟପାଟଣା ବ୍ଲକ୍ ମୁଖୀଗୁଡ଼ାସ୍ଥିତ ଶୈଳ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ରାୟ ଦଶ ଲକ୍ଷ ଟଙ୍କାର ରୁପା ଅଳଙ୍କାର ସହ ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଦୁର୍ବୃତ୍ତମାନେ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ୍ ବିଶେଷଜ୍ଞ ଦଳ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୌଣସି ସୁରାକ୍ ମିଳିନଥିବା ସୂଚନା ଦେଇଛି।

ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତିନୋଟି ଦ୍ବାରର ତାଲା କାଟି ଭିତରକୁ ପ୍ରବେଶ କରିଥିଲେ। ଆଲମିରାରୁ ତିନୋଟି ରୁପା ମୁକୁଟ, ଅଣ୍ଟା ପଟି, ଅଣ୍ଟା ପତିଆ, ନାକ ବାସନି ସହ ହୁଣ୍ଡିରେ ଥିବା ସମସ୍ତ ଟଙ୍କାକୁ ନେଇ ଯାଇଥିଲେ। ମନ୍ଦିର ମୁଖ୍ୟ ପୂଜକ ମହେଶ୍ୱର ଦାସ ଭୋରରେ ପୂଜା ପାଇଁ ମନ୍ଦିରରେ ପହଞ୍ଚିଥିଲେ। ତିନୋଟି ଦ୍ବାରର ତାଲା କଟାଯାଇ ଆଲମିରା, ହୁଣ୍ଡି ଆଦି ଖାଲି ପଡ଼ିଥିବା ଦେଖିଥିଲେ। ତୁରନ୍ତ ସମିତି ସଦସ୍ୟ ଓ ପୁଲିସକୁ ଖବର ଦେବା ପରେ ମୁଖୀଗୁଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ଯାଏ ପୁଲିସକୁ କୌଣସି ସୁରାକ୍ ମିଳିନଥିବା ବେଳେ ତୁରନ୍ତ ଘଟଣାର ବିହିତ ତଦନ୍ତ କରାଯାଇ ଦୁର୍ବୃତ୍ତଙ୍କୁ କାବୁ କରାଯିବାକୁ ଶ୍ରଦ୍ଧାଳୁ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe