ଓଆରଏସ୍‌ ଅଧିକାରୀ ନିଲମ୍ବିତ

Advertisment
ବୁଢ଼ାବୁଢ଼ୀଙ୍କ ଭତ୍ତାଟଙ୍କା ଖାଇ ୫ ନିଲମ୍ବିତ

Kashmir Observer

ଭୁବନେଶ୍ବର : ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟରେ ଭୂ-ଅଧିକାରୀ ଭାବେ କାର୍ଯ୍ୟରତ ଓଆରଏସ୍‌ ଅଫିସର ତାରିଣୀ ରଂଜନ ରାୟଙ୍କୁ ନିଲମ୍ବନ କରାଯାଇଛି। ପୂର୍ବରୁ ତାଙ୍କୁ ମାଲକାନଗିରିକୁ ସହକାରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା। ତେବେ ସେ ତାଙ୍କ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ସେଥିପାଇଁ ରାଜସ୍ବ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତାଙ୍କର ମୁଖ୍ୟାଳୟ ରହିବ। ଜିଲ୍ଲାପାଳଙ୍କ ଅନୁମତି ବିନା ସେ ଛୁଟିରେ ଯାଇ ପାରିବେ ନାହିଁ ରାଜସ୍ବ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe