ଓସ୍କାର ଠକେଇ ମାମଲା: ନିର୍ଦ୍ଦେଶକ କୀର୍ତ୍ତି ରଂଜନଙ୍କୁ ୯୦ ଦିନିଆ ଜାମିନ

Advertisment
ଓସ୍କାର ଠକେଇ ମାମଲା: ନିର୍ଦ୍ଦେଶକ କୀର୍ତ୍ତି ରଂଜନଙ୍କୁ ୯୦ ଦିନିଆ ଜାମିନ

କଟକ : ଓସ୍କାର ଗ୍ରୁପ୍ ଠକେଇ ମାମଲାରେ ଗିରଫ ହୋଇଥିବା ସଂସ୍ଥାର ନିର୍ଦ୍ଦେଶକ କୀର୍ତ୍ତି ରଂଜନ ବସ୍ତିଆଙ୍କୁ ହାଇକୋର୍ଟ ୯୦ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ଶ୍ରୀ ବସ୍ତିଆଙ୍କ ଜାମିନ ନିମ୍ନ ଅଦାଲତରେ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଚାରି ବର୍ଷ ହେବ ଜେଲ୍‌ରେ ରହିଥିବାବେଳେ କୋଭିଡ ସ୍ଥିତିରେ ନିମ୍ନ ଅଦାଲତରେ ମାମଲାର ଶୁଣାଣି ହୋଇପାରୁନାହିଁ। ତେଣୁ ତାଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେବା ସହିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଖଣ୍ଡପୀଠଙ୍କ ରାୟ ଅନୁସାରେ, ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ରଖି ଶ୍ରୀ ବସ୍ତିଆଙ୍କୁ ଜାମିନରେ ଛାଡ଼ିବେ। ୯୦ ଦିନିଆ ଅନ୍ତରୀଣ ଜାମିନ ଅବଧି ଶେଷ ହେବାର ଠିକ୍‌ ପରଦିନ ନିମ୍ନ ଅଦାଲତରେ ସେ ଆତ୍ମସମର୍ପଣ କରିବେ। ଏହାପରେ ସେ ଚାହିଁଲେ ନିମ୍ନ ଅଦାଲତରେ ନିୟମିତ ଜାମିନ ଆବେଦନ କରିପାରିବେ। ଆବେଦନକୁ ନିମ୍ନ ଅଦାଲତ ବିଚାରକୁ ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe