ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ ସରକାରୀ ହସ୍ପିଟାଲ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ସମସ୍ତ ପୌର ଓ ଅନ୍ୟାନ୍ୟ ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଓଡ଼ିଶା ଜରୁରୀ ସେବା ରକ୍ଷଣାବେକ୍ଷଣ ଆଇନ ବା ଓଇଏସ୍ଏମ୍ଏ(ଓସ୍ମା)ର ମିଆଦ ୬ ମାସ ଯାଏଁ ବୃଦ୍ଧି କରି ତଦନୁଯାୟୀ ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ସଚିବ ଅନୁରୋଧ କରିଛନ୍ତି। ଗତ ଏପ୍ରିଲ ମାସ ୩୦ ତାରିଖ ପର୍ଯ୍ୟନ୍ତ ଓସ୍ମା ବଳବତ୍ତର ରହିଥିଲା। ଏହି ଆଇନ ବଳରେ ଜନସାଧାରଣ ବିଶେଷ କରି ରୋଗୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଡାକ୍ତର, ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍, ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଧର୍ମଘଟ କରିପାରିବେନାହିଁ।
ସ୍ୱାସ୍ଥ୍ୟାନୁଷ୍ଠାନରେ ଓସ୍ମା ମିଆଦ ବୃଦ୍ଧି ପାଇବ!
Advertisment
Follow Us