ଓଏସ୍‌ଆର୍‌ଟିସିର ସ୍ବତନ୍ତ୍ର ବସ୍‌ ସେବା ବାତିଲ: ମହାକୁମ୍ଭମେଳାରେ ଦଳାଚକଟା ପ୍ରଭାବ

Advertisment

ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଦଳାଚକଟା ଯୋଗୁ ୩୦ଜଣଙ୍କର ମୃତ୍ୟୁ ଓ ୬୦ରୁ ଅଧିକ ‌ଲୋକ ଆହତ ହେବା ପରେ ରାଜ୍ୟ ସରକାର କୁମ୍ଭମେଳା ପାଇଁ ଚାଲିଥିବା ସ୍ବତନ୍ତ୍ର ବସ୍‌ ସେବାକୁ ସାମୟିକ ଭାବେ ବାତିଲ କରିଛନ୍ତି।

ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଦଳାଚକଟା ଯୋଗୁ ୩୦ଜଣଙ୍କର ମୃତ୍ୟୁ ଓ ୬୦ରୁ ଅଧିକ ‌ଲୋକ ଆହତ ହେବା ପରେ ରାଜ୍ୟ ସରକାର କୁମ୍ଭମେଳା ପାଇଁ ଚାଲିଥିବା ସ୍ବତନ୍ତ୍ର ବସ୍‌ ସେବାକୁ ସାମୟିକ ଭାବେ ବାତିଲ କରିଛନ୍ତି।

ସୋମବାରରୁ ଗଡ଼ିବ ସରକାରୀ ବସ୍‌ : ୨୨ ସହରରେ ଚାଲିବ ୯୬ବସ୍‌, ବିନା ମାସ୍କରେ ଯାତ୍ରା ମନା

ଭୁବନେଶ୍ବର: ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଦଳାଚକଟା ଯୋଗୁ ୩୦ଜଣଙ୍କର ମୃତ୍ୟୁ ଓ ୬୦ରୁ ଅଧିକ ‌ଲୋକ ଆହତ ହେବା ପରେ ରାଜ୍ୟ ସରକାର କୁମ୍ଭମେଳା ପାଇଁ ଚାଲିଥିବା ସ୍ବତନ୍ତ୍ର ବସ୍‌ ସେବାକୁ ସାମୟିକ ଭାବେ ବାତିଲ କରିଛନ୍ତି। ମହାକୁମ୍ଭ ମେଳା ଉପଲକ୍ଷେ ଓଏସ୍‌ଆର୍‌ଟିସି ପକ୍ଷରୁ ରାଜ୍ୟର ୪ଟି ସ୍ଥାନରୁ ସ୍ବତନ୍ତ୍ର ବସ୍‌ ସେବା ଆରମ୍ଭ ହୋଇଥିବାବେଳେ ଆଜିଠାରୁ ସମସ୍ତ ବସ୍‌ ସେବାକୁ ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ବାତିଲ କରାଯାଇଛି। କୁହାଯାଇଛି ଯେ,  ଅପ୍ରୀତିକର ପରିସ୍ଥିତି ହେତୁ ମହାକୁମ୍ଭ ମେଳା -୨୦୨୫ ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଯାଉଥିବା ସ୍ବତନ୍ତ୍ର ବସ୍‌ ସେବାକୁ ଫେବ୍ରୁଆରି ୪ ପର୍ଯ୍ୟନ୍ତ ବାତିଲ୍ କରାଯାଉଛି।

ମୌନି ଅମାବାସ୍ୟା ପାଇଁ ପ୍ରୟାଗରାଜରେ ହୋଇଥିବା ଅସମ୍ଭାଳ ଭିଡ଼ ଜନିତ ଦଳାଚକଟା ଯୋଗୁ ଉତ୍ତରପ୍ରଦେଶ ସରକାର ବିଭିନ୍ନ କଟକଣା ଲଗାଇଛନ୍ତି। ଆସନ୍ତା ୨ତାରିଖରେ ବସନ୍ତ ପଞ୍ଚମୀ ଏବଂ ୪ତାରିଖରେ ମାଘ ସପ୍ତମୀ ଥିବାରୁ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା କରି ଉତ୍ତରପ୍ରଦେଶ ସରକାର ଯାତ୍ରୀଙ୍କ ଯାତାୟତ ଉପରେ ଫେବ୍ରୁଆରି ୪ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲଗାଇଛନ୍ତି। ଏହାକୁ ନଜରରେ ରଖି ପରିବହନ ବିଭାଗ ପକ୍ଷରୁ ବସ୍‌ ସେବାକୁ ସାମୟିକ ଭାବେ ୪ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି। ଯଦି କୌଣସି ଯାତ୍ରୀ ପରବର୍ତ୍ତୀ ସମୟରେ ବସ୍‌ରେ ଯାତାୟତ କରିବାକୁ ଚାହୁଥିବେ ତେବେ ଏନେଇ ଓଏସ୍‌ଆର୍‌ଟିସି ସହ ଯୋଗାଯୋଗ କରିପାରିବେ। ନଚେତ୍ ଟିକେଟ୍ ଅର୍ଥ ଫେରସ୍ତ ନେବାକୁ ଚାହୁଥିଲେ ୯୯୩୭୫୪୭୭୭୩ ନମ୍ବରରେ ଫୋନ୍ କରି ଟଙ୍କା ଫେରସ୍ତ ପାଇପାରିବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟର ୪ଟି ସ୍ଥାନ ପୁରୀ, ବ୍ରହ୍ମପୁର, ଭବାନୀପାଟଣା ଓ ସମ୍ବଲପୁରରୁ ଅଯୋଧ୍ୟାକୁ ଭାୟା ପ୍ରୟାଗରାଜ ଓ ବାରଣାସୀ ଦେଇ ସ୍ବତନ୍ତ୍ର ବସ୍‌ ସେବା ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe