କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ: ଓଏସଏସସି ଅଧ୍ୟକ୍ଷ

Advertisment
କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ: ଓଏସଏସସି ଅଧ୍ୟକ୍ଷ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକସନ କମିଶନଙ୍କ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ତେଣୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓଏସଏସସି ଅଧ୍ୟକ୍ଷ ନିର୍ମଳ ମିଶ୍ର । ସରକାରଙ୍କ ଫାଇଭ-ଟି ଅନୁଯାୟୀ ସ୍ୱଚ୍ଛତାର ସହ ଷ୍ଟାଫ ସିଲେକସନ ପରୀକ୍ଷା ହେଉଥିବା ସେ ଦାବି କରିଛନ୍ତି। ଗତ ୧୫ଦିନ ଭିତରେ ୭ରୁ ୮ଟି ପରୀକ୍ଷା କରାଯାଇଛି। ନିକଟରେ ଡାଟା ଏଣ୍ଟ୍ରି ଅପରେଟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏମାନଙ୍କ ପରୀକ୍ଷାଫଳ ବହୁ ଆଗରୁ ପ୍ରକାଶ ପାଇଥିଲା ବୋଲି କହିଛନ୍ତି ଓଏସଏସସି ଅଧ୍ୟକ୍ଷ ।

ତେବେ ପିଏସଙ୍କ ଘରୁ ଆଡମିଟ କାର୍ଡ କିପରି ମିଳିଲା, ସେ ନେଇ ପ୍ରତିକ୍ରିୟା ରଖିଛନ୍ତି। ଆଡମିଟ କାର୍ଡ ସିଧାସଳଖ ପରୀକ୍ଷାର୍ଥୀଙ୍କ ପାଖକୁ ଇମେଲ କରାଯାଏ। ତେଣୁ ପିଏସଙ୍କ ପାଖରୁ ଆଡମିଟ କାର୍ଡ କିଭଳି ମିଳିଲା, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି। ବଦଳି ବ୍ୟବସ୍ଥା ନଥିବାରୁ ୨୬ବର୍ଷ ଧରି ପିଏସ ବିରଞ୍ଚି ନାରାୟଣ ସାହୁ ଓଏସଏସସିରେ କାମ କରୁଥିଲେ। ଅପରାଧିକ ମାମଲା ଚାଲିଥିବାରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଓଏସଏସସି ଅଧ୍ୟକ୍ଷ କହିଛନ୍ତି। ତେବେ ପରୀକ୍ଷା ଦୁର୍ନୀତିରେ କୌଣସି ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ନଥିବା ସେ ସଫେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe