ଆଜିଠୁ ଓଷ୍ଟାର ପ୍ରି-ବୋର୍ଡ ପରୀକ୍ଷା

Advertisment
୩୦ରୁ ଅଫ୍‌ଲାଇନ୍‌ ମାଟ୍ରିକ ପରୀକ୍ଷା, ଅନ୍‌ଲାଇନ୍‌ ଫର୍ମ ପୂରଣ ୫ ତାରିଖରୁ

image source-sambad english

ଭୁବନେଶ୍ବର : ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା ସୋମବାରଠାରୁ ଆରମ୍ଭ ହେବ। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା ପ୍ରସ୍ତୁତ ପ୍ରଶ୍ନପତ୍ର ଆଧାରରେ ରାଜ୍ୟର ପ୍ରାୟ ୬ହଜାରରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଏପ୍ରିଲ ୫ରୁ ୭ ପର୍ଯ୍ୟନ୍ତ ଉକ୍ତ ପରୀକ୍ଷା ଚାଲିବ। ପ୍ରତ୍ୟେକ ବିଦ୍ୟାଳୟରେ ପାଠ୍ୟକ୍ରମ ଶେଷ ହୋଇ ଅଭ୍ୟାସ କାର୍ଯ୍ୟ ପ୍ରାୟ ଶେଷ ହେଲାଣି। ଆଗକୁ ଆଉ ମାତ୍ର ଗୋଟିଏ ମାସ ରହିଲା। ଦୁଇଟି ସିଟିଂରେ ଏହି ପରୀକ୍ଷା କରାଯିବ। ବୋର୍ଡ ପରୀକ୍ଷାରେ ଆସିବାକୁ ଥିବା ପ୍ରଶ୍ନର ଅବିକଳ ପ୍ରଶ୍ନରେ ପିଲାମାନେ ପରୀକ୍ଷା ଦେବେ। ଏପ୍ରିଲ ୮ ପୂର୍ବାହ୍ନରେ ଓଷ୍ଟା ୱେବସାଇଟ୍ ossta.in ରେ ପ୍ରି-ବୋର୍ଡ ପରୀକ୍ଷାର ଆଦର୍ଶ ଉତ୍ତର ବା ସ୍କିମ୍‌ ଅଫ ଇଭାଲ୍ୟୁସନ୍‌ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ଲେଖିଥିବା ଉତ୍ତରକୁ ପରଖି ପାରିବେ ଓ ଶିକ୍ଷକମାନେ ମଧ୍ୟ ଉକ୍ତ ଆଦର୍ଶ ଉତ୍ତର ମାଧ୍ୟମରେ ଖାତା ମୂଲ୍ୟାୟନ କରିବେ। ଏପ୍ରିଲ ୧୦ରେ ପରୀକ୍ଷା ଫଳ ପ୍ରକାଶିତ ହେବ ଏବଂ ଉତ୍ତରକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅବଗତି ନିମନ୍ତେ ଦିଆଯିବ। ସେହିପରି ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଏପ୍ରିଲ ୨୨ରୁ ୨୪ପର୍ଯ୍ୟନ୍ତ ହେବ ବୋଲି ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର ପ୍ରମୁଖ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

ଅନ୍ୟପକ୍ଷରେ ଗଣଶିକ୍ଷା ବିଭାଗ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୩ଟି ପ୍ରାକ୍ଟିସ୍‌ ପରୀକ୍ଷା ‌ଶେଷ ହୋଇଛି। ୪ର୍ଥ ତଥା ଶେଷ ପ୍ରାକ୍ଟିସ୍‌ ପରୀକ୍ଷା ଏପ୍ରିଲ ୧୫ରୁ ୧୭ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ସିଟିଂରେ ଏହି ପରୀକ୍ଷା କରାଯିବ। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ www.bseodisha.nic.in ରେ ପ୍ରଶ୍ନପତ୍ର ଛଡ଼ାଯିବ। ସ୍କୁଲ କର୍ତୃପକ୍ଷ ସେଠାରୁ ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ କରି ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବେ। ପରୀକ୍ଷା ସରିବା ଦିନ ହିଁ ଉତ୍ତର ଖାତାଗୁଡ଼ିକ ଛଡ଼ାଯିବ। ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe