Advertisment

ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଉଦ୍‌ଘାଟିତ : ଯୋଗଦେଲେ ରାଜ୍ୟର ୨ ହଜାର ପ୍ରତିନିଧି

Advertisment
ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଉଦ୍‌ଘାଟିତ : ଯୋଗଦେଲେ ରାଜ୍ୟର ୨ ହଜାର ପ୍ରତିନିଧି

କଟକ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ୩୨ତମ ସାମ୍ବିଧାନିକ ସମ୍ମିଳନୀ ବାରବାଟୀ ଷ୍ଟାଡ଼ିୟମର ସଚିନ୍ ତେନ୍ଦୁଲକର ଇନ୍େଡ଼ାର ହଲରେ ଉଦ୍‌ଘାଟିତ ହୋଇଯାଇଛି। ସମ୍ମିଳନୀକୁ ଭାରତୀୟ ବିଦ୍ୟାଳୟ ଶିକ୍ଷକ ମହାସଂଘର ସଭାପତି ଅଭିଜିତ୍ ମୁଖାର୍ଜୀ ଉଦ୍‌ଘାଟନ କରିଛନ୍ତି। ସଂଗଠନର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସଂପାଦକ କାଶ ଚନ୍ଦ୍ର ମହାନ୍ତି ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ "ଗୁଣାତ୍ମକ ଶିକ୍ଷା ଓ ଆମ ବିଦ୍ୟାଳୟ' ବିଷୟରେ ଆୟୋଜିତ ଆଲୋଚନାଚକ୍ରରେ ପ୍ରାଧ୍ୟାପକ ସୁରେନ୍ଦ୍ର ଜେନା, ଓଲଷ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ଜେନା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେେଡ଼ରେସନର ସଭାପତି ହୃଦାନନ୍ଦ ଦ୍ବିବେଦୀ ଆଲୋଚକ ଭାବେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଓଷ୍ଟାର କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ତ୍ରିପାଠୀ, ଯଗ୍ମ ସାଧାରଣ ସଂପାଦକ ଅକ୍ଷୟ କୁମାର ମିଶ୍ର, ଶିକ୍ଷାପ୍ରଦୀପ ସଂପାଦକ ଭିକାରି ଚରଣ ସାହୁ ମଞ୍ଚାସୀନ ଥିଲେ। ପରେ ପରେ ଅନୁଷ୍ଠିତ ସାଂଗଠନିକ ସଭାରେ ସଂଗଠନର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ। ନୃସିଂହ ଚରଣ ବେହେରା, ସରୋଜ ପାଣିଗ୍ରାହୀ ସଂପାଦକୀୟ ବିବରଣୀକୁ ସମର୍ଥନ କରିଥିଲେ। ବିନାୟକ ପରିଡ଼ା ଓ ରେବତୀ ଜେନା ଅର୍ଥନୈତିକ ବିବରଣୀକୁ ସମର୍ଥନ କରିଥିଲେ। ସୁରଜିତା ନାୟକ ଅତିଥିମାନଙ୍କୁ ମଞ୍ଚକୁ ଆହ୍ବାନ କରିଥିଲେ। ସନ୍ତୋଷ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ରଞ୍ଜନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସମଗ୍ର ରାଜ୍ୟରୁ ପ୍ରାୟ ଦୁଇ ହଜାର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହା ଦୁଇ ଦିନ ଧରି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe