ମାଟ୍ରିକ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା

ମାଟ୍ରିକ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ରାଜଧାନୀର ଲୋୟର ପିଏମଜିରେ ଧାରଣାରେ ବସିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସରକାର ଅଡୁଆରେ ପଡିଥିବାବେଳେ ଆଜି ଶିକ୍ଷକ ସଂଘ ବା ଓଷ୍ଟା ପକ୍ଷରୁ ଘୋଷଣା କରାଯାଇଛି ଯେ ମାଟ୍ରିକ ପରୀକ୍ଷାରେ ସହଯୋଗ କରାଯିବ | ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି ଯେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସକାରାତ୍ମକ ହୋଇଛି । ପରୀକ୍ଷାରେ ସହଯୋଗ କରିବା ସହ ପ୍ରତୀକାତ୍ମକ ଆନ୍ଦୋଳନ କରିବୁ |

ଉଲ୍ଲେଖ ଥାଉ କି ବିଭିନ୍ନ ଦାବି ନେଇ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ଆହ୍ୱାନରେ ଚାଲିଥିବା ଆନ୍ଦୋଳନରେ ୩୦ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଥିଲେ । ଉଲ୍ଲେଖ ଥାଉ କି ପ୍ରମୁଖ ଦାବି ମଧ୍ୟରେ ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ଇତ୍ୟାଦି ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe