ଜଣେ ଡାକ୍ତର ଓ ଷ୍ଟାଫ୍ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅପରେସନ୍ ଥିଏଟର ସିଲ୍

Advertisment
ଜଣେ ଡାକ୍ତର ଓ ଷ୍ଟାଫ୍ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅପରେସନ୍ ଥିଏଟର ସିଲ୍

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ଓ ଜଣେ ଷ୍ଟାଫ୍ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରସୂତି ବିଭାଗର ଅପରେସନ୍ ଥିଏଟର ସିଲ୍ କରାଯାଇଥିବା ଜଣାଯାଇଛି। ଗତକାଲି ରାତିରେ ପ୍ରସୂତି ବିଭାଗର ଜଣେ ନର୍ସ ଓ ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଏଭଳି ପଦକ୍ଷେପ ନିଆଯାଇଥିଲା।

publive-image

ଆଜି ସକାଳେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଥିବା ଜଣାଯାଇଛି। ତେବେ ଏସଂପର୍କରେ କିନ୍ତୁ ସୂଚନା ନ ପାଇ ଅପରେସନ୍ ଥିଏଟର ବାହାରେ ରୋଗୀ ବସିଥିବାର ଦେଖିବାକୁ ମିଳୁଛି। ସେମାନେ ହନ୍ତସନ୍ତ ହେଉଥିବା କୁହାଯାଉଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଆଇସିୟୁରୁ ଜଣେ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆଇସିୟୁ ଦାୟିତ୍ବରେ ଥିବା ଡାକ୍ତର, କର୍ମଚାରୀ ଓ ସେଠାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ରୋଗୀ ଜଣକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କୁ ପୁରୀର କୋଭିଡ୍‌-ହସ୍ପିଟାଲ୍‌କୁ ପଠାଇ ଦିଆଯାଇଥିଲା।

ଏଣେ ପୁରୀ ସହରରେ ଏବେ ଘରଘର ବୁଲି ସର୍ଭେ ଚାଲିଛି। ଯେଉଁମାନଙ୍କ ଦେହରେ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ନେଇ କ୍ବାରେଣ୍ଟାଇନ୍‌ରେ ରଖାଯାଉଛି। ଖାଲି ସେତିକି ନୁହେଁ, ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କୁ ବି କ୍ବାରେଣ୍ଟାଇନ୍‌ରେ ରଖାଯାଉଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe