କରୋନା ପାଇଁ ବନ୍ଦ ଥିବା ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ଆରମ୍ଭ ହେବ ଅସ୍ତ୍ରୋପଚାର

Advertisment
ଭଦ୍ରକରେ ପ୍ରତିଷ୍ଠା ହେବ କି ନର୍ସିଂ କଲେଜ?

matasahibkaurcollegeofnursing.org

ସବୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖିଲେ ଡିଏମ୍‌ଇଟି
ସ୍ବତନ୍ତ୍ର କୋଭିଡ୍‌ କରିଡର, ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ

କଟକ : କରୋନା ପାଇଁ ବନ୍ଦ ଥିବା ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ଆରମ୍ଭ ହେବ ଓଟି। କମ୍‌ ସଂଖ୍ୟକ ଆଟେଣ୍ଡାଣ୍ଟଙ୍କୁ ନେଇ ଓ ସାମାଜିକ ଦୂରତ୍ବ ପ୍ରତି ସତର୍କ ରହି ରୋଗୀଙ୍କ ଅସ୍ତ୍ରୋପଚାର କରାଯିବ। ପ୍ରତି ବିଭାଗ ଜ୍ବର, ଫ୍ଳୁ ତଥା ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର ଭୋଭିଡ୍‌ କରିଡର କରିବାକୁ ବାଧ୍ୟ। ଏଥିସହ ପୂର୍ବଭଳି ସେଣ୍ଟ୍ରାଲ ରେଜିଷ୍ଟ୍ରେସନ୍‌ ବନ୍ଦ ରହିବ ଓ ମାନୁଆଲ ରେଜିଷ୍ଟ୍ରସନ୍‌ରେ ଓପିଡି କରାଯିବ ବୋଲି ଡିଏମଇଟି ଆଜି ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖିଛନ୍ତି। ହେଲେ କେବେଠାରୁ ଏହା କାର୍ଯ୍ୟକାରୀ ହେବ, ସେ ସଂପର୍କରେ ନିର୍ଦ୍ଦିଷ୍ଟ ଉଲ୍ଲେଖ ଚିଠିରେ ନଥିବାରୁ ଚିଠି ପାଇବାମାତ୍ରେ ହିଁ ଏହି ବ୍ୟବସ୍ଥା ଆରମ୍ଭ ହେବ ‌ବୋଲି ଜଣାପଡ଼ିଛି।

‌କରୋନା ପାଇଁ ସରକାର ଇଲେକ୍ଟିଭ୍‌ ଓଟି ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରିବା ପରଠାରୁ ଏସ୍‌ସିବିର ୯୦ ପ୍ରତିଶତ ଓଟି ଦୁଇ ମାସ ହେବ ବନ୍ଦ ରହିଛି। ଏଭଳି ସ୍ଥିତିରେ ମାସ ମାସ ଧରି ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିଥିବା ରୋଗୀ ସରକାରଙ୍କ ଓଟି ବନ୍ଦ ନିଷ୍ପତ୍ତି ପରେ ଘରକୁ ‌ପଳାଇଥିଲେ। ଏସ୍‌ସିବି ବିଭିନ୍ନ ବିଭାଗରେ ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିଥିବା ରୋଗୀ ଘରକୁ ପଳାଇବା ପରେ କେବଳ ଜରୁରୀ ଓଟି ଏସ୍‌ସିବିରେ ହେଉଥିଲା। ଯେଉଁଠି ଦିନକୁ ୮୦ରୁ ୧୦୦ଟି ଅସ୍ତ୍ରୋପଚାର ହେଉଥିଲା ସେଠାରେ ଏବେ ଗଲା ୨ମାସରେ ଅଢେଇ ଶହ ଅସ୍ତ୍ରୋପଚାର ବି ହୋଇପାରିନାହିଁ। ଏସ୍‌ସିବିର ୩୮ଟି ବିଭାଗ ମଧ୍ୟରୁ ୨୦ରୁ ଅଧିକ ବିଭାଗରେ ରହିଛି ଓଟି ବ୍ୟବସ୍ଥା। ସପ୍ତାହର ଛୁଟି ଦିନକୁ ଛାଡ଼ିଦେଲେ ସବୁ ବିଭାଗର ନିୟମିତ ଓଟି ସହ ଟ୍ରମା ଓଟି ବି ରହିଛି। ଦୈନିକ ୮୦ରୁ ୧୦୦ଟି ଅସ୍ତ୍ରୋପଚାର ହିସାବକୁ ନେଲେ ମାସକୁ ପାଖାପାଖି ୧୮ଶହରୁ ୨ହଜାର ଅସ୍ତ୍ରୋପଚାର ହୋଇଥାଏ ଏସ୍‌ସିବିରେ। କିନ୍ତୁ ସରକାରଙ୍କ ‘କରୋନା’ ସତର୍କତା ପାଇଁ ଜାରି ନିର୍ଦ୍ଦେଶନାମା ଅନୁସାରେ ସବୁଦିନିଆ ଅସ୍ତ୍ରୋପଚାର ମାର୍ଚ୍ଚ ୨୦ ତାରିଖ ପରଠାରୁ ବନ୍ଦ ରହିଛି। ଏବେ ସରକାରଙ୍କ ନିର୍ଦ୍ଦେଶନାମା ପରେ ଇଲେକ୍ଟିଭ୍‌ ‌ଓଟି ଖୋଲିବା ପାଇଁ ବାଟ ଫିଟିଛି। କିନ୍ତୁ ଅସ୍ତ୍ରୋପଚାର ପୂର୍ବରୁ ରୋଗୀଙ୍କ କରୋନା ପରୀକ୍ଷା କରାଯିବ ନା ସିଧାସଲଖ ରୋଗୀ ଆସିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପୁଣି ଥରେ ଯାଞ୍ଚ କରି ଅସ୍ତ୍ରୋପଚାର କରାଯିବ, ତାହାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନି। ବର୍ତ୍ତମାନ ଯେଉଁଭଳି ଭାବେ ରାଜ୍ୟରେ କରୋନା କାୟା ବିସ୍ତାର କରୁଛି, ଏଭଳି ସମୟରେ ରୋଗୀଙ୍କ ବିନା ସ୍ବାବ୍‌ ଟେଷ୍ଟରେ ଅସ୍ତ୍ରୋପଚାର କରାଯିବ ନା କରୋନା ପରୀକ୍ଷା ପରେ ଅସ୍ତ୍ରୋପଚାର ହେବ, ତାହାକୁ ନେଇ ଆଶଙ୍କା ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe