ଏହି ତାରିଖରେ ପ୍ରାର୍ଥୀ ଦେବେ ଓଟିଇଟି ପରୀକ୍ଷା, ଅଗଷ୍ଟ ୧୨ରୁ ମିଳିବ ଆଡ୍‌ମିଟ୍‌ କାର୍ଡ

ସ୍ପେସାଲ୍‌ ଓଟିଇଟି ମୂଲ୍ୟାୟନରେ ସାଂଘାତିକ ତ୍ରୁଟି

ଭୁବନେଶ୍ବର: ଆସନ୍ତା ୯ ତାରିଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ହେବ ନାହିଁ। ଏହି ପରୀକ୍ଷା ଆସନ୍ତା ୧୭ ତାରିଖ (ଶନିବାର) ହେବ। ଅଗଷ୍ଟ ୯ ତାରିଖ ଦିନ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଥିବା ଯୋଗୁଁ ଓଟିଇଟି ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍‌ଇ) ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।

ଓଟିଇଟି ପରୀକ୍ଷା ତାରିଖ ପରିବର୍ତ୍ତନ ନେଇ ବିଏସ୍‌ଇ ନିଜର ସରକାରୀ ୱେବସାଇଟ୍‌ରେ ସଂଶୋଧିତ ପରୀକ୍ଷା ସୂଚୀ ଘୋଷଣା କରିଛି। ସପ୍ଲିମେଣ୍ଯାରି ପରୀକ୍ଷା ଚାଲିଥିବାରୁ ଏହି ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଅଗଷ୍ଟ ୧୨ ତାରଖରୁ ବିଏସ୍‌ଇ ୱେବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଦ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe