ଆଜି ଓଟିଇଟି, ୪୯୧ଟି କେନ୍ଦ୍ରରେ ୧.୨୫ ଲକ୍ଷ ପରୀକ୍ଷାର୍ଥୀ

ସୁପରିଚାଳନା ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦେଶ

ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷାଫଳ, ପାସ୍ ହାର ୪୯.୮୪ ପ୍ରତିଶତ

India.com

ଭୁବନେଶ୍ବର/କଟକ : ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି)ର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଶୁକ୍ରବାର ରାଜ୍ୟର ୪୯୧ଟି ପରୀକ୍ଷା କେନ୍ଦ୍ରରେ ୧ ଲକ୍ଷ ୨୫ ହଜାର ୮୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେଣୁ ପରୀକ୍ଷାର ସୁପରିଚାଳନା ଲାଗି ସୁରକ୍ଷା ବ୍ୟବସ୍ଥା‌ କଡ଼ାକଡ଼ି କରିବାକୁ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ପୁଲିସ ମହାନିର୍ଦେଶକଙ୍କ ସମେତ ସମସ୍ତ ଜିଲ୍ଲାପାଳ, ଏସ୍‌ପିଙ୍କୁ ଚିଠି ଲେଖି ସହାୟତା ଲୋଡ଼ିଛନ୍ତି।

ଶ୍ରୀ ସାହୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଟିଇଟି ପାଇଁ ହୋଇଥିବା କେନ୍ଦ୍ରଗୁଡ଼ିକ ମୁଖ୍ୟତଃ ଜିଲ୍ଲା ଓ ସବ୍‌ଡିଭିଜନାଲସ୍ତରରେ ହୋଇଛି। ପରୀକ୍ଷାରେ ଯେପରି କୌଣସି ପ୍ରକାର ବିଭ୍ରାଟ ନ ହୁଏ ସେଥିପାଇଁ ପଦ‌କ୍ଷେପ ନିଆଯାଉ। ଶାନ୍ତିଶୃଙ୍ଖଳାର ସହ ଯେପରି ପରୀକ୍ଷା ହେବ ସେଥିପାଇଁ ତୃଣମୂଳସ୍ତରରେ କାର୍ଯ୍ୟରତ ଅଧିକାରୀଙ୍କୁ ନିର୍ଦେଶ ଦିଅନ୍ତୁ। ବି‌ଶେଷକରି ପ୍ରଶ୍ନପତ୍ର ପରିବହନ ଓ ସଂରକ୍ଷଣ ଯେପରି ଠିକ୍‌ ଭାବେ ହେବ ସେଥିପ୍ରତି ଧ୍ୟାନ ଦିଆଯାଉ। ପରୀକ୍ଷା କେନ୍ଦ୍ରଗୁଡ଼ିକର ଆଇନ ଶୃଙ୍ଖଳା ପରିଚାଳନା ଦିଗରେ ପଦକ୍ଷେପ ନିଅନ୍ତୁ। ସମସ୍ତ ପରୀକ୍ଷା କେନ୍ଦ୍ରରେ ଇନ୍‌ଭିଜିଲେଟର ଓ ଅବଜରଭର୍‌ ନିଯୁକ୍ତ କରାଯାଉ। ପ୍ରଶ୍ନପତ୍ରଗୁଡ଼ିକୁ ଆଗୁଆ ପରୀକ୍ଷା କେନ୍ଦ୍ରକୁ ପଠାଇବା ଦିଗରେ ବ୍ୟବସ୍ଥା କରାଯାଉ। ଫଳରେ ପରୀକ୍ଷା ବେଳେ ଛାତ୍ରଛାତ୍ରୀ ଯେପରି ହଇରାଣ ହେବେନି।

ସୂଚନା ଅନୁଯାୟୀ ଓଟିଇଟିର ଦୁଇଟି ପେପର୍‌ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପେପର ପରୀକ୍ଷା ସକାଳ ୮ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପେପର ପରୀକ୍ଷା ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ୩୦ ଯାଏ ଚାଲିବ। ପ୍ରଥମ ପେପରରେ ୭୨ ହଜାର ୪୭୭ ଓ ଦ୍ୱିତୀୟ ପେପରରେ ୫୩ ହଜାର ୪୦୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। କରୋନା ମହାମାରୀ ଭିତରେ ଏହି ପରୀକ୍ଷା ଅଫ୍‌ଲାଇନ ମୋଡରେ ହେବ। ତେଣୁ ପରୀକ୍ଷାର୍ଥୀ ଏହି ସମୟରେ ସାମାଜିକ ଦୂରତା ଅବଲମ୍ୱନ ସହ ସାନିଟାଇଜର ଆଣିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe