ଓଟିଇଟି ବିନା ନିୟମିତ ହେବେନି ଜୁନିଅର ଶିକ୍ଷକ

ଓଟିଇଟି ବିଭ୍ରାଟ ପ୍ରସଙ୍ଗ : ପ୍ରଶ୍ନପତ୍ର ତର୍ଜମା ପାଇଁ ଗଠନ ହେବ କଣ୍ଡକ୍ଟିଂ ବୋର୍ଡ

ଭୁବନେଶ୍ବର : ଓଡ଼ିଶା ଟିଚର ଏଲିଜିବୁଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଓଟିଇଟି) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନଥିବା ତଥା ଅଣତାଲିମପ୍ରାପ୍ତ ଜୁନିଅର ଶିକ୍ଷକ ତଥା ଶିକ୍ଷା ସହାୟକମାନେ ନିୟମିତ ହୋଇପାରିବେ ନାହିଁ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିସହ ୨୦୧୨ରେ ନିଯୁକ୍ତ ହୋଇଥିବା ଜୁନିଅର ଶିକ୍ଷକ(କଣ୍ଟ୍ରାକ୍‌ଚ୍ୟୁଆଲ ଶିକ୍ଷକ)ମାନଙ୍କୁ ନିୟମିତ କରିବା ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ୨୦୧୨ରେ ନିଯୁକ୍ତ ପାଇଥିବା ଜୁନିଅର ଶିକ୍ଷକମାନଙ୍କୁ ପ୍ରାଥମିକ ଶିକ୍ଷକ କରାଯିବ। ୩୦ଟି ଜିଲ୍ଲା‌ରେ ଯେଉଁ ଶିକ୍ଷକମାନେ ସନ୍ତୋଷଜନକ କାର୍ଯ୍ୟ କରିଥିବେ ସେମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଯେଉଁ ଜୁନିଅର ଶିକ୍ଷକମାନେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଅନୁପସ୍ଥିତ ରହିବେ, ଓଟିଇଟି ପାସ୍‌ କରି ନଥିବେ, ଅଣ ତାଲିମପ୍ରାପ୍ତ ଶିକ୍ଷକମାନେ ନିୟମିତ ହେବାରୁ ବଞ୍ଚିତ ହେବେ। କେତେକ ଜିଲ୍ଲାରେ ମଞ୍ଜୁରୀପ୍ରାପ୍ତ ପଦବିଠାରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯ‌ାଇଛି। ଯଦି କେଉଁଠି ଆବଶ୍ୟକତାଠାରୁ ଅଧିକ କିମ୍ବା କମ୍‌ ଶିକ୍ଷକ ରହିଛନ୍ତି ତେବେ ଜିଲ୍ଲାପାଳମାନେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe