ପ୍ରଶ୍ନ ପତ୍ର ଲିକ୍‌ ପରେ ବଡ଼ ନିଷ୍ପତ୍ତି, ଏଣିକି ଅନ୍‌ଲାଇନ୍‌ରେ ହେବ ଓଟିଇଟି ପରୀକ୍ଷା

Advertisment
ସିବିଏସଇ ଦଶମ ପରୀକ୍ଷା ଫଳ: ଭୁବନେଶ୍ୱର ରିଜିଅନରେ ୯୩.୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ

ଭୁବନେଶ୍ୱର: ଏଣିକି ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ୍‍ ବା ଓଟିଇଟି ପରୀକ୍ଷା ଆଉ ଅଫ୍‌ଲାଇନ୍‌ ନୁହେଁ, ଅନ୍‌ଲାଇନ୍‌ରେ ହେବ। ପ୍ରଶ୍ନ ପତ୍ର ଲିକ୍‌ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ପରେ ପରେ ହିଁ ଓଟିଇଟି ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାନେତ୍ରୀ ଜାହାନ ଆରା ବେଗମ୍‌ କରିଛନ୍ତି।

ଉଲ୍ଲେଖ ଥାଉକି, ଗତ ୧୬ ତାରିଖରେ ଓଟିଇଟି ପ୍ରଶ୍ନପତ୍ର ଲିକ ହୋଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କର୍ତୃପକ୍ଷ ପରୀକ୍ଷା ବାତିଲ କରିଥିଲେ। ହେଲେ ଘଟଣାକୁ  ନେଇ ସରକାର ସ୍ତରରେ ଯେମିତି ତତ୍ପରତା  ଦେଖାଯିବା କଥା ତାହା ପରିଲକ୍ଷିତ ହୋଇନଥିଲା। ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପରେ ମନ୍ତ୍ରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ। ଏହି ବୈଠକରେ ଫେବ୍ରୁଆରି ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଓ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ନେଇ ମଧ୍ୟ ଆେଲାଚନା ହୋଇଥିଲା।  ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe