ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ନଭେମ୍ବର ୨୧ ସୁଦ୍ଧା ପ୍ରକାଶ ପାଇବ ଓଟିଇଟି ପରୀକ୍ଷା ଫଳ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ନଭେମ୍ବର ୨୧ ସୁଦ୍ଧା ପ୍ରକାଶ ପାଇବ ଓଟିଇଟି ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୧ ସୁଦ୍ଧା ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଫଳ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୋମବାର ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓଟିଇଟି ପରୀକ୍ଷା ତ୍ରୁଟି ସଂପର୍କରେ ଅନୁଧ୍ୟାନ କରି ସମସ୍ୟାର ସମାଧାନ କରିବା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଖାତା ରିଚେକିଂ ପାଇଁ ପରୀକ୍ଷାର୍ଥୀମାନେ ଦେଇଥିବା ଟଙ୍କା ଫେରସ୍ତ କରାଯିବ।

ସୂଚନାଯୋଗ୍ୟ ଓଡ଼ିଇଟି ପରୀକ୍ଷା ପାଇଁ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ଅଭିଯୋଗ ହେବା ପରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଭାଗୀୟ ମନ୍ତ୍ରୀ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା ଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe