ବିଜେଡିରେ ଯୋଗଦେଲେ ଅନ୍ୟଦଳର ନେତା

Advertisment
ବିଜେଡିରେ ଯୋଗଦେଲେ ଅନ୍ୟଦଳର ନେତା

ଭୁବନେଶ୍ବର: ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରୁ ସମତାକ୍ରାନ୍ତି, ଜେଏମ୍‌ଏମ୍‌ ଓ କଂଗ୍ରେସର ପ୍ରମୁଖ ନେତାଙ୍କ ସମେତ କେତେକ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ସାଂସଦ ପ୍ରଶାନ୍ତ ନନ୍ଦଙ୍କ ନେତୃତ୍ବରେ ପୂର୍ବତନ ବିଧାୟକ ନିହାର ସୁରିନ୍‌ ଓ କୁଆଁରମୁଣ୍ଡା ବ୍ଲକର ୧୧ଟି ଜିଇଏଲ୍‌ ଚର୍ଚର ଫାଦର, କର୍ମକର୍ତ୍ତା, ସଦସ୍ୟ ଓ ପ୍ରଚାରକ ପ୍ରମୁଖ ନବୀନ ନିବାସରେ ବିଜେଡିରେ ସାମିଲ େହାଇଥିେଲ। ସେମାନଙ୍କ ସହିତ କୁଆଁରମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, କର୍ମୀ ସେଜାନ୍‌ ସୁରିନ୍‌, ସୁରେନ୍‌ ସୁରିନ୍‌, ଜୟ ବାର୍ଲା, ବିଲ୍‌କାନ ବାର୍ଲା, ବସନ୍ତ ଡାଙ୍ଗ, ସିଲାସ ସୁରିନ୍‌, ଜୀବନ କିଣ୍ଡୋ, ମାର୍କସ ସମାଦ, ମସିଦାସ ଲୁଗୁନ୍‌ ପ୍ରମୁଖ ରହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ବଚ୍ଛ ନେତୃତ୍ବ ଓ ଜନହିତକର ଯୋଜନାରେ ଆକୃଷ୍ଟ ହୋଇ ସେମାନେ ବିଜେଡିରେ ଯୋଗଦେଇଥିବା କହିଛନ୍ତି। ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ଏହି ନେତା ଓ କର୍ମୀମାନଙ୍କୁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି। ନିର୍ବାଚିତ ପ୍ରତିନିଧି ଓ କର୍ମୀଙ୍କର ଏହି ଯୋଗଦାନ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡ଼ିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଜନଜାତିଙ୍କ ଉନ୍ନତି‌ରେ ସରକାରଙ୍କ କାମକୁ ସ୍ଥାନୀୟ ବିଧାୟକଙ୍କ ବିରୋଧ ସେମାନଙ୍କୁ ଅତିଷ୍ଠ କରିଥିବା ନୂତନ ଭାବେ ଯୋଗଦେଇଥିବା କର୍ମୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe