Odisha News Insight
ଭୁବନେଶ୍ୱର : ରାଜଧାନୀରେ ଲକ୍ଡାଉନ ବେଳେ ଗଣଦୁଷ୍କର୍ମର ଶିକାର ନାବାଳିକାଙ୍କ ମା’ଙ୍କୁ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ମାମଲାର ଆଜି ମହିଳା କମିସନଙ୍କ ନିକଟରେ ଶୁଣାଣି ହୋଇଛି। ଓଟିଭି ଏମ୍ଡିଙ୍କ ପ୍ରତିନିଧି ଆଜି କମିସନଙ୍କ ନିକଟରେ ହାଜର ହୋଇଥିଲେ। କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ପାରି ନ ଥିବାରୁ ଆସନ୍ତା ୨୮ ତାରିଖରେ ଆଉ ଏକ ତାରିଖ ଧାର୍ଯ୍ୟ ହେବ ବୋଲି କମିସନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି। ଆଜି ହାଜର ପାଇଁ ଓଟିଭି ଏମ୍ଡି, ସିଇଓ ଏବଂ ମହିଳାଙ୍କୁ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନାର ତଦନ୍ତ ପାଇଁ ଉଦ୍ଦିଷ୍ଟ ବିଶାଖା କମିଟି ମୁଖ୍ୟଙ୍କୁ ନୋଟିସ ଜାରି କରାଯାଇଥିଲା।
Follow Us