ଓଟିଭି ଅଧିକାରୀଙ୍କୁ ଦୁଇ ଘଣ୍ଟା ଜେରା

ଓଟିଭି ଅଧିକାରୀଙ୍କୁ ଦୁଇ ଘଣ୍ଟା ଜେରା

bhubaneswarcuttackpolice.gov.in

ଭୁବନେଶ୍ୱର : ଲକ୍‌ଡାଉନରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ଚିଫ୍ ଫାଇନାନ୍ସ ଅଧିକାରୀଙ୍କୁ ଆଜି ମହିଳା ଥାନାରେ ଜେରା କରାଯାଇଛି। ସନ୍ଧ୍ୟାରେ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଜେରା କରା ଯାଇଥିବା ସୂଚନା ମିଳିଛି। କେଉଁ ପ୍ରସଙ୍ଗରେ ପୁଲିସ ପଚରାଉଚରା କରିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ଏହା ପୂର୍ବରୁ ଓଟିଭି ଏଚ୍‌ଆର ମୁଖ୍ୟ, ଇନପୁଟ୍ ଏବଂ ଆଉଟପୁଟ ମୁଖ୍ୟଙ୍କୁ ପୁଲିସ ଜେରା କରି ସାରିଛି। ସୂଚନାଯୋଗ୍ୟ, ଲକ୍‌ଡାଉନରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାକୁ ମାସେ ବିତି ଯାଇଥିଲେ ମଧ୍ୟ ପୁଲିସର ତଦନ୍ତ ଶେଷ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe