ଆଜି ଓୟୁଏଟି ପ୍ରବେଶିକା ପରୀକ୍ଷା

୪ରୁ ଓୟୁଏଟିରେ ଆନ୍ଥ୍ରାକ୍ସ ନିରୂପଣ କର୍ମଶାଳା, ବିଶ୍ବକୁ ଆନ୍ଥ୍ରାକ୍ସ ବୋମା ଭୟ

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବିଭିନ୍ନ ମହାବିଦ୍ୟାଳୟରେ ୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇବା ପାଇଁ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୬୯ଟି କେନ୍ଦ୍ରରେ ପରୀକ୍ଷା ହେବ। ଏଥିନିମନ୍ତେ ଛାତ୍ରଛାତ୍ରୀ www.ouat.nic.inରୁ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ପରୀକ୍ଷାର୍ଥୀମାନେ ସେମାନଙ୍କ ପ୍ରଥମ ପସନ୍ଦର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ। ପୁରୀ କେନ୍ଦ୍ର ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସେମାନଙ୍କ ରୋଲ୍‌ ନଂ ଏବଂ ଅନ୍ୟାନ୍ୟ ତଥ୍ୟ ଜାଣିପାରିବେ। ପରୀକ୍ଷାର୍ଥୀମାନେ ଆଡମିଟ୍‌ କାର୍ଡ ସହ ଫଟୋ ପରିଚୟ ପତ୍ର ଆଣି ଆସିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe