ସରିଲା ଓୟୁଏଟି ପ୍ରବେଶିକା ପରୀକ୍ଷା, ନଭେମ୍ବର ପ୍ରଥମ ସପ୍ତାହରେ ଫଳ

ସରିଲା ଓୟୁଏଟି ପ୍ରବେଶିକା ପରୀକ୍ଷା, ନଭେମ୍ବର ପ୍ରଥମ ସପ୍ତାହରେ ଫଳ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନରେ ଥିବା ବିଭିନ୍ନ ସ୍ନାତକ(ୟୁଜି)ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୃଷି, ବନ, ମତ୍ସ୍ୟ, କୃଷି ଯାନ୍ତ୍ରିକ, ପଶୁ ସମ୍ପଦ ଆଦି ପାଠ୍ୟକ୍ରମ ପାଇଁ ୩୩ ହଜାର ୩୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବ‌ା ବେଳେ ୨୫ ହଜାର ୩୧୨ ଜଣ ପାରୀକ୍ଷା ଦେଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ୨୪ଟି ସହରର ୮୧ଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ବର ସହରରେ ହୋଇଥିବା କେତେକ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରିତ ସମୟରେ ଖୋଲି ନ ଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ। ପ୍ରବେଶିକା ପରୀକ୍ଷାର ୫୦% ଓ କ୍ୟାରିୟର ମାର୍କର ୫୦% କୁ ଆଧାର କରି ମେଧା ତାଲିକା ପ୍ରକାଶ ପାଇବ। କରୋନା ସ୍ଥିତିକୁ ଦୃଷ୍ଟି‌ରେ ରଖି ଏଥର ଅନ୍‌ଲାଇନ୍‌ରେ ନାମଲେଖା କରିବାକୁ ଲକ୍ଷ୍ୟ ରଖଯାଇଛି। ସେହିପରି ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌କୁ ଲଗ୍‌ ଇନ୍‌ କରି ଆସନ୍ତା ୨୦ ତାରିଖ ସୁଦ୍ଧା ଫର୍ମ ‘ବି’ ଦାଖଲ କରି ନଥିବା ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe