୧୫ରେ ଓୟୁଏଟି ପିଜି ଏକକ ପ୍ରବେଶିକା ପରୀକ୍ଷା

Advertisment
ଓୟୁଏଟି ଷ୍ଟୁଡେଣ୍ଟସ୍ ୱେଲଫେୟାର ଡିନ୍ ନିଯୁକ୍ତି ପ୍ରସଙ୍ଗ: ପୂର୍ବ ଚୟନ ପ୍ରକ୍ରିୟା ବାତିଲ ନିଷ୍ପତ୍ତି ରଦ୍ଦ

youtube.com

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୫ ତାରିଖରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରବେଶିକା ପରୀକ୍ଷା ପାଇଁ ଓୟୁଏଟିର ୪ଟି ମହାବିଦ୍ୟାଳୟରେ କେନ୍ଦ୍ର ହୋଇଛି। ୧୫ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ପରୀକ୍ଷା ପାଇଁ ଗତ ୩ ତାରିଖରୁ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ରହିଛି। ୨୦୨୦-୨୧ ଶିକ୍ଷାବର୍ଷରେ କୃଷି, ବନ, ମତ୍ସ୍ୟ, କୃଷି ଯାନ୍ତ୍ରିକ, ପଶୁ ସମ୍ପଦ ଓ କମ୍ୟୁନିଟି ସାଇନ୍ସ ଭଳି ବିଭିନ୍ନ ପାଠ୍ୟକ୍ରମ ପାଇଁ ୧୨୦୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe