ବିଶ୍ୱ ବୈଜ୍ଞାନିକ ର‍୍ୟାଙ୍କିଙ୍ଗ୍‌ରେ ଓୟୁଏଟି ପ୍ରଫେସର

Advertisment
୨୯ରେ ଓୟୁଏଟି ପିଜି ପ୍ରବେଶିକା ପରୀକ୍ଷା

Collegedunia

ଭୁବନେଶ୍ୱର : ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ସର୍ଭେ ମୁତାବକ ବିଶ୍ବ ବୈଜ୍ଞାନିକ ର‍୍ୟାଙ୍କିଙ୍ଗ୍‌ରେ ୨ ପ୍ରତିଶତ ଭାରତୀୟ ବୈଜ୍ଞାନିକ ରହିଥିବା ‌ବେଳେ ଓୟୁଏଟି ପ୍ରଫେସର ଜ୍ଞାନରଂଜନ ରାଉତ ବିଶ୍ୱ ଶୀର୍ଷ ଗବେଷକ ତାଲିକାରେ ସ୍ଥାନ ପାଇଛନ୍ତି। ‘ପ୍ଲାଣ୍ଟ ବାୟୋଲୋଜି ଆଣ୍ଡ୍‌ ବଟାନି’ ବିଷୟରେ ସେ ଏହି ସ୍ଥାନ ଅଧିକାର କରିଛନ୍ତି। କୃଷି କଲେଜ୍‌ର ଡିନ୍‌ କେ.କେ ରାଉତ ପ୍ରଫେସର ଜ୍ଞାନରଂଜନ ରାଉତଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଫେସର ରାଉତ ସଂପ୍ରତି ଓୟୁଏଟିର କୃଷି କଲେଜ୍‌ର କୃଷି ଓ ବାୟୋଟେକ୍ନୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଭାବେ ଶିକ୍ଷାଦାନ କରି ଆସୁଛନ୍ତି। ଗବେଷଣାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୦୫ରେ ଓଡ଼ିଶା ବିଜ୍ଞାନ ଏକାଡେମି ଦ୍ବାରା ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ଲାଭ କରିଛନ୍ତି। ଏଥିସହ ଜାତୀୟ ବିଜ୍ଞାନ ‌ଏକାଡେମି ଏବଂ ଜାତୀୟ କୃଷି ବିଜ୍ଞାନ ଏକାଡେମିର ଫେଲୋ ରହିଥିଲେ। ସଂପ୍ରତି ପ୍ରଫେସର ରାଉତ ଶସ୍ୟ ଉନ୍ନତି ବାବଦରେ ଗବେଷଣାରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe