ନିଭୁବନେଶ୍ବର : ଅନଲାଇନ୍ରେ ପରୀକ୍ଷା କରାଇ ଯଥାଶୀଘ୍ର ଫଳାଫଳ ଘୋଷଣା ଦାବିରେ ଆଜି ଓୟୁଏଟି ଭେଟେରିନାରି କଲେଜର ୨୦୦ ବିଦ୍ୟାର୍ଥୀ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୧୧ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାତ୍ର କୁଳପତିଙ୍କ ସହ ସେମାନଙ୍କ ଆଲୋଚନା ହୋଇ ପାରିନଥିଲା। ଦ୍ବିତୀୟ, ତୃତୀୟ ବର୍ଷର ଏହି ଆନ୍ଦୋଳନରତ ବିଦ୍ୟାର୍ଥୀମାନେ କହିଛନ୍ତି, ନିୟମ ଅନୁଯାୟୀ, ଜୁଲାଇ ୨୨ତାରିଖରେ ତାଙ୍କର ପରୀକ୍ଷା ହେବାର ଥିଲା। ସେତେବେଳେ ଦେଶର ଅନ୍ୟ ସମସ୍ତ ଭେଟେରିନାରି କଲେଜ ବିଦ୍ୟାର୍ଥୀଙ୍କ ଅନଲାଇନ୍ ପରୀକ୍ଷା ହୋଇଥିଲା। ମାତ୍ର ସେତେବେଳେ ପରୀକ୍ଷା କରାଗଲା ନାହିଁ। ବିଦ୍ୟାର୍ଥୀମାନଙ୍କୁ ଏଭଳି ବୁଝାଇ ଦିଆଗଲା ଯେ ବିଦ୍ୟାର୍ଥୀମାନେ ମଧ୍ୟ ବିଳମ୍ବରେ ପରୀକ୍ଷା ଦେବାକୁ ରାଜି ହେଲେ। ଫଳରେ ସ୍ଥିତି ଏଭଳି ହୋଇଛି ଯେ ଦେଶର ଅନ୍ୟ ଭେଟେରିନାରି କଲେଜ ବିଦ୍ୟାର୍ଥୀଙ୍କ ଅପେକ୍ଷା ଓୟୁଏଟି ବିଦ୍ୟାର୍ଥୀ ଦେଢ଼ ମାସ ପଛରେ ଅଛନ୍ତି। ବର୍ତ୍ତମାନ କୁଳପତି କାର୍ଯ୍ୟାଳୟ ପକ୍ଷରୁ ଅଫଲାଇନ୍ ପରୀକ୍ଷା ପାଇଁ ଘୋଷଣା ହୋଇଛି। ଅଫଲାଇନ୍ ପରୀକ୍ଷା ହେଲେ, ଫଳାଫଳ ପ୍ରକାଶନରେ ବିଳମ୍ବ ହେବ ଓ ସେମାନେ ଅନ୍ୟ ଭେଟେରିନାରି କଲେଜ ବିଦ୍ୟାର୍ଥୀଙ୍କଠାରୁ ଆହୁରି ପଛକୁ ଚାଲି ଯିବା ନେଇ ଆଶଙ୍କା କରୁଛନ୍ତି। ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ କୁଳପତିଙ୍କୁ ଅନୁରୋଧ କରିଛନ୍ତି।
ଓୟୁଏଟି ଭେଟେରିନାରି କଲେଜ ବିଦ୍ୟାର୍ଥୀଙ୍କ ଧାରଣା, ବିଳମ୍ବ ଫଳ ପ୍ରକାଶନ ନେଇ ଚିନ୍ତା
Advertisment
Follow Us