୧୧ରୁ ଖୋଲିବ ଓୟୁଏଟି

୧୧ରୁ ଖୋଲିବ ଓୟୁଏଟି

Collegedunia

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଜାନୁଆରି ୧୧ରୁ ଖୋଲିବ। ପ୍ରାୟ ୧୦ ମାସ ପରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ। ଓୟୁଏଟି ସମେତ ଏହା ଅଧୀନରେ ଥିବା ୯ଟି ମହାବିଦ୍ୟାଳୟରେ ୧୧ ତାରିଖରୁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ୧୦ ତାରିଖରୁ ହଷ୍ଟେଲ ଖୋଲିବ। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ସ୍ନାତକ(ୟୁଜି) ଶେଷବର୍ଷ, ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ପ୍ରଥମ ଓ ଦ୍ବିତୀୟ ବର୍ଷ, ପିଏଚ୍‌ଡି ଛାତ୍ରଛାତ୍ରୀ କ୍ଲାସ କରିବେ। ଶ୍ରେଣୀଗୃହରେ ସାମାଜିକ ଦୂରତା ରକ୍ଷା ସହ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ କ୍ୟାମ୍ପସ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଜାରି ସମସ୍ତ କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ଅନୁପାଳନ କାରାଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe