ପୁଲିସ ବିଭାଗର ଆଧୂନିକୀକରଣ ଓ ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

Advertisment

ପୁଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ । ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୁଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍‌କୁ ଗର୍ବ ଏବଂ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବା ଆବଶ୍ୟକ...

ପୁଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ । ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୁଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍‌କୁ ଗର୍ବ ଏବଂ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବା ଆବଶ୍ୟକ...

Our government is committed to modernization and reform of the police department: Chief Minister

Our government is committed to modernization and reform of the police department: Chief Minister Photograph: (sambad.in)

ଭୁବନେଶ୍ୱର:: ପୁଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ  । ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୁଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍‌କୁ ଗର୍ବ ଏବଂ ଜନସାଧାରଣଙ୍କ  ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ହେବାକୁ ପଡିବ ଓ ସାଧାରଣ ଲୋକମାନଙ୍କର ବିଶ୍ଵାସ ଭାଜନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେ଼ମୀରେ ଅନୁଷ୍ଠିତ ୮ମ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୨ତମ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହା କହିଛନ୍ତି। 

ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସ ଏକାଡେ଼ମୀ ପଡିଆରେ ସମ୍ମିଳିତ ପାସିଙ୍ଗ ଆଉଟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ମୌଳିକ ତାଲିମ ସମ୍ପୂର୍ଣ୍ଣ କରିଥିବା ୪ ଜଣ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୭୧ ଜଣ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶମାନଙ୍କ ମଧ୍ୟରୁ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ଶିକ୍ଷାନବୀଶମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ।

ମୁଖ୍ୟମନ୍ତ୍ରୀ ଶିକ୍ଷାନବୀଶମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆଜି ଠାରୁ ଆପଣମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆମ ସରକାର ଶପଥ ନେଇଛନ୍ତି, ସେ ଦିଗରେ ଆପଣମାନେ ମୁଖ୍ୟ ଭୂମିକା ତୁଲାଇବେ। ଏହି ଦାୟିତ୍ଵରେ ଆଜିଠାରୁ ଆପଣମାନେ ସମସ୍ତେ ସାମିଲ ହେଲେ। 

ଆଗାମୀ ଦିନରେ ଦୈନନ୍ଦିନ କାର୍ଯ୍ୟରେ ସାଧାରଣ ଜନତାଙ୍କୁ ଉତ୍ତମ ସେବା, ଅପରାଧ ନିୟନ୍ତ୍ରଣ ଓ ଅନୁସନ୍ଧାନର ଦକ୍ଷତା, ନ୍ୟାୟ ପ୍ରଦାନ, ଜନତାଙ୍କ ସୁରକ୍ଷା, ଆଇନ୍ ଶୃଙ୍ଖଳା ରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ମାଓବାଦୀ ଦମନ ଇତ୍ୟାଦି କ୍ଷେତ୍ରରେ ଆପଣମାନେ  ପୁଲିସ ବାହିନୀର ନେତୃତ୍ଵ ନେବେ । ଆଜିଠାରୁ, ଆପଣମାନେ କଠିନରୁ କଠିନ ଆହ୍ଵାନଗୁଡିକ ପାଇଁ ପ୍ରସ୍ତୁତ ହେବା ଉଚିତ୍।  ମୁଁ  ଦୃଢ ନିଶ୍ଚିତ ଯେ, ଆପଣମାନଙ୍କ ଦକ୍ଷତା, ବିଶେଷ ଭାବରେ ମାଓବାଦୀ ବିରୋଧୀ ଅଭିଯାନରେ ଓଡିଶା ପୁଲିସକୁ ଆହୁରି ଶକ୍ତିଶାଳୀ କରିବ ଏବଂ ସାଇବର ଅପରାଧର ମୂଳୋତ୍ପାଟନ କରିବାରେ ସକ୍ଷମ ହେବ।  

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସବୁବେଳେ ନିଜ ଡ୍ୟୁଟି ପ୍ରତି ସଚ୍ଚୋଟ ହେବା ଆବଶ୍ୟକ। ଦୁର୍ନୀତି, ଜାଣିଶୁଣି କର୍ତ୍ତବ୍ୟରେ ଅବହେଳା କିମ୍ବା କ୍ଷମତାର ଅପବ୍ୟବହାରକୁ କେବେହେଲେ ବରଦାସ୍ତ କରାଯିବ ନାହିଁ। ମୁଁ, ସବୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ କହିବି, ଏହି ବାର୍ତ୍ତା ସବୁଠାରୁ ତଳ ସ୍ତରରେ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ ପାଖରେ ପହଞ୍ଚିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ: ମନ୍ତ୍ରୀ

ଏହି ଅବସରରେ ଓଡିଶା ଆରକ୍ଷୀ ମହାନିର୍ଦ୍ଦେଶକ, ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଶିକ୍ଷାନବୀଶମାନଙ୍କୁ ଆଗାମୀ ଦାୟିତ୍ୱ ଓ କାର୍ଯ୍ୟବୋଧତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ସେବା କ୍ଷେତ୍ରରେ ପୁଲିସର ଖାକି ୟୁନିଫର୍ମ ସର୍ବଦା କର୍ତ୍ତବ୍ୟନିଷ୍ଠା, ଓ ଜନସାଧାରଣଙ୍କ ପ୍ରତି ଉତ୍ସର୍ଗୀକୃତ ହେବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ଏହି କାର୍ଯ୍ୟକ୍ରମରେ  ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ, ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆରକ୍ଷୀ ମହାନିରୀକ୍ଷକ, (ତାଲିମ)  ଅନୁପ କୁମାର ସାହୁଙ୍କ ସମେତ ବରିଷ୍ଠ ତଥା ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ବୃନ୍ଦ, ଏକାଡେମୀର ସମସ୍ତ ପ୍ରଶିକ୍ଷକ, କର୍ମଚାରୀ, ଏବଂ ଶିକ୍ଷାନବୀଶଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ: ଜେଲରୁ ମୁକୁଳିଲେ ସୁଶୀଲ କୁମାର; ଜୁନିଅର କୁସ୍ତିଯୋଦ୍ଧାଙ୍କୁ କରିଥିଲେ ହତ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe