Our healthcare system ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା ଏମିତି: ବିଶ୍ବସ୍ତରୀୟ ଏସ୍‌ସିବିର ବିକଳ ଚିତ୍ର, ଶଯ୍ୟା ପିଛା ୩ ରୋଗୀ!

Advertisment

କଟକ  ବଡ଼ଡାକ୍ତରଖାନାର ମେଡିସିନ୍ ବିଭାଗ ଆଉଟଡୋର୍‌ରେ ଦୈନିକ ରୋଗୀସଂଖ୍ୟା ୧ ହଜାର ଟପି ଯାଉଛି। ଅନ୍ୟ ବିଭାଗର ଆଉଟ୍‌ଡୋର ରୋଗୀଙ୍କ ସଂଖ୍ୟା ତୁଳନାରେ ଏହା ଅଧିକ। କିନ୍ତୁ ୩୦ ବର୍ଷ ହେବ ମେଡିସିନ୍ ବିଭାଗରେ ମଞ୍ଜୁର ଡାକ୍ତର ପଦବି ସଂଖ୍ୟାରେ ବୃଦ୍ଧି ହୋଇନାହିଁ।

କଟକ  ବଡ଼ଡାକ୍ତରଖାନାର ମେଡିସିନ୍ ବିଭାଗ ଆଉଟଡୋର୍‌ରେ ଦୈନିକ ରୋଗୀସଂଖ୍ୟା ୧ ହଜାର ଟପି ଯାଉଛି। ଅନ୍ୟ ବିଭାଗର ଆଉଟ୍‌ଡୋର ରୋଗୀଙ୍କ ସଂଖ୍ୟା ତୁଳନାରେ ଏହା ଅଧିକ। କିନ୍ତୁ ୩୦ ବର୍ଷ ହେବ ମେଡିସିନ୍ ବିଭାଗରେ ମଞ୍ଜୁର ଡାକ୍ତର ପଦବି ସଂଖ୍ୟାରେ ବୃଦ୍ଧି ହୋଇନାହିଁ।

3 children serious thimet

Woman inmate runs away from SCB Medical Center after kicking jail guard

କଟକ: କଟକ  ବଡ଼ଡାକ୍ତରଖାନାର ମେଡିସିନ୍ ବିଭାଗ ଆଉଟଡୋର୍‌ରେ ଦୈନିକ ରୋଗୀସଂଖ୍ୟା ୧ ହଜାର ଟପି ଯାଉଛି। ଅନ୍ୟ ବିଭାଗର ଆଉଟ୍‌ଡୋର ରୋଗୀଙ୍କ ସଂଖ୍ୟା ତୁଳନାରେ ଏହା ଅଧିକ। କିନ୍ତୁ ୩୦ ବର୍ଷ ହେବ ମେଡିସିନ୍ ବିଭାଗରେ ମଞ୍ଜୁର ଡାକ୍ତର ପଦବି ସଂଖ୍ୟାରେ ବୃଦ୍ଧି ହୋଇନାହିଁ। ମଞ୍ଜୁର ଶଯ୍ୟାସଂଖ୍ୟା ଯେଉଁଠି ଥିଲା ସେଇଠି ଅଟକି ଯାଇଛି। ବିଭାଗରେ ମୋଟ ୫୦୦ ଶଯ୍ୟାରେ ୭ଟି ୟୁନିଟ୍‌ର ୧୫ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି। ଅର୍ଥାତ୍‌ ତିନି ଜଣ ରୋଗୀଙ୍କ ଭାଗରେ ଗୋଟିଏ ଶଯ୍ୟା ପଡ଼ୁଛି।

ଗୋଟିଏ ପଟେ ବଡ଼ ଡାକ୍ତରଖାନାର ନୂଆ କୋଠା ଉଦ୍‌ଘାଟନ ତାରିଖ ଘୁଞ୍ଚି ଚାଲିଥିବା ବେଳେ ମେଡିସିନ୍ ବିଭାଗରେ ରୋଗୀସଂଖ୍ୟା ବୃଦ୍ଧି ଉଦ୍‌ବେଗ ସୃଷ୍ଟି କରିଛି। ୨୦୨୬ ସେପ୍ଟେମ୍ବର ସୁଦ୍ଧା ଏଲ୍‌ଆଣ୍ଡଟିକୁ ହସ୍‌ପିଟାଲ କୋଠା ନିର୍ମାଣ ଶେଷ କରିବାକୁ କଣ୍ଟ ଦିଆଯାଇଛି। ଏହି ତାରିଖ ସୁଦ୍ଧା ନିର୍ମାଣ ଶେଷ ନେଇ ଅନିଶ୍ଚିତତା ସୃଷ୍ଟି ହେଲାଣି।

ସେହିପରି କଟକ ବଡ଼ଡାକ୍ତରଖାନାର ମେଡିସିନ୍ ବିଭାଗରେ ମଞ୍ଜୁରିପ୍ରାପ୍ତ ପ୍ରଫେସର ପଦବି ୩ଟି ଥିବା ବେଳେ ଏବେ ଚାରି ଜଣ ପ୍ରଫେସର କାର୍ଯ୍ୟ କରୁଛନ୍ତି। ଅତିରିକ୍ତ ଭାବେ ଜଣେ ପ୍ରଫେସର ଅନ୍ୟ ବିଭାଗର ପଦବିରେ ରହି ମେଡିସିନ୍ ବିଭାଗରେ କାର୍ଯ୍ୟ କରୁଛନ୍ତି। ସେହିଭଳି ଆସୋସିଏଟ୍ ପ୍ରଫେସର ୮ଟିରୁ ୩ ଜଣ, ଆସିଷ୍ଟାଣ୍ଟ୍‌ ପ୍ରଫେସର ୧୬ ଜଣରୁ ୧୨ ଜଣ, ସିନିୟର ରେସିଡେଣ୍ଟ ୧୮ ଜଣରୁ ୮ ଜଣ ଅଛନ୍ତି। ଅର୍ଥାତ ମେଡିସିନ୍ ବିଭାଗରେ ୪୫ ଜଣ ଡାକ୍ତରଙ୍କ ପାଇଁ ମଞ୍ଜୁରିପ୍ରାପ୍ତ ପଦବି ଥିବା ବେଳେ ଏଥିରେ ଅଛନ୍ତି ୨୭ ଜଣ। ମେଡିସିନ୍ ବିଭାଗରେ ସପ୍ତାହକୁ ୭ଟି ୟୁନିଟ୍‌ କାର୍ଯ୍ୟ କରୁଛି। ପ୍ରତି ୟୁନିଟ୍‌ରେ ଜଣେ ଲେଖାଏଁ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ସିନିୟର ରେସିଡେଣ୍ଟ ରହୁଥିବା ବେଳେ ତାଙ୍କୁ ସହଯୋଗ କରିବାକୁ ପିଜି ଛାତ୍ର ୪ ଜଣ, ହାଉସ୍‌ ସର୍ଜନ ୪ ଜଣ ଓ ୪ ଜଣ ନର୍ସ ରହୁଛନ୍ତି। ଅର୍ଥାତ୍‌ ଗୋଟିଏ ୟୁନିଟ୍‌ରେ ମୋଟ ୧୬ ଜଣ ଚିକିତ୍ସା ଦାୟିତ୍ବରେ ରହୁଛନ୍ତି। 

୩୦ ବର୍ଷ ପୂର୍ବରୁ ମଞ୍ଜୁର ଡାକ୍ତର ପଦରେ ଚାଲିଛି ମେଡିସିନ୍ ବିଭାଗ

ମେଡିସିନ୍ ବିଭାଗରେ ମଞ୍ଜୁରିପ୍ରାପ୍ତ ଶଯ୍ୟା ସଂଖ୍ୟା ୫୦୦ ରହିଛି। ମେଡିସିନ୍ ବିଭାଗ ସମେତ କାଜୁଆଲିଟି, ଡାଇରିଆ ଵାର୍ଡ, ଆଇସିୟୁ ଵାର୍ଡରେ ଏହି ଶଯ୍ୟା ରହିଛି। ଦୈନିକ ଆଉଟଡୋର୍‌କୁ ୧ ହଜାର ରୋଗୀ ଆସୁଥିବା ବେଳେ ଏଥିରୁ ଭର୍ତ୍ତି ହେଉଛନ୍ତି ପ୍ରାୟ ୨୦୦ ଜଣ। ପୂର୍ବରୁ ୧୦୦ ରୋଗୀ ଆଡ୍‌ମିସନ୍‌ ହୋଇ ରହୁଛନ୍ତି। ଅର୍ଥାତ୍‌ ଦୈନିକ ଗୋଟିଏ ୟୁନିଟ୍‌ରେ ୩୦୦ ରୋଗୀ ଇନ୍‌ଡୋର୍‌ରେ ରହୁଛନ୍ତି। ମୋଟ ୫୦୦ ଶଯ୍ୟାରେ ୭ଟି ୟୁନିଟ୍‌ର ପ୍ରାୟ ୧୫ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି। ସାଧାରଣ ଵାର୍ଡରେ ୧୦ ଜଣ ରୋଗୀରେ ଜଣେ ଡାକ୍ତର ଓ ଆଇସିୟୁରେ ୫ ଜଣ ରୋଗୀରେ ଜଣେ ଡାକ୍ତର ରହିବା କଥା। ଗୋଟିଏ ୟୁନିଟ୍‌ରେ ୩୦୦ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେହି ଅନୁପାତରେ ୩୦ ଜଣ ଚିକିତ୍ସା ଦାୟିତ୍ବରେ ରହିବା କଥା। କିନ୍ତୁ ରହୁଛନ୍ତି ୧୬ ଜଣ। 

ଏଭଳି ସ୍ଥିତିରେ ରୋଗୀ ବାରଣ୍ଡା, ଶୌଚାଳୟ ପାଖ, ବେଡ୍ ତଳେ ରହିବା ଭଳି ଦୟନୀୟ ପରିସ୍ଥିତି ମେଡିସିନ୍ ବିଭାଗରେ ସୃଷ୍ଟି ହେଉଛି। ପ୍ରତି ୟୁନିଟ୍‌ରେ ଗୋଟିଏ ସିଫ୍ଟରେ ଜଣେ ନର୍ସ ଦାୟିତ୍ବରେ ରହୁଥିବା ବେଳେ ସେ ୩୦୦ ରୋଗୀଙ୍କ ଦାୟିତ୍ବ ନେଉଛନ୍ତି। ପ୍ରତି ୮ ଘଣ୍ଟାରେ ଜଣେ ଲେଖାଏଁ କରି ତିନି ଜଣ ନର୍ସ ଦାୟିତ୍ବରେ ରହୁଛନ୍ତି। ୨୪ ଘଣ୍ଟା ପାଇଁ ଜଣେ ଇନଚାର୍ଜ ନର୍ସ ରହୁଛନ୍ତି। ସେମାନେ ୩୦୦ ରୋଗୀଙ୍କର ରକ୍ତ ନମୁନା ସଂଗ୍ରହ, ଇଞ୍ଜେକ୍ସନ ଦେବା, ସାଲାଇନ୍ ଲଗାଇବା, କାଥେଟର ଲଗାଇବା ଭଳି କାମ କରୁଛନ୍ତି।  

ମେଡିସିନ୍‌ ବିଭାଗ ଆଇସିୟୁରେ ୬୦ ଶଯ୍ୟା ଥିବା ବେଳେ ଆବଶ୍ୟକ ହେଉଛି ୧୫୦ ଶଯ୍ୟା। ରୋଗୀସଂଖ୍ୟାର ୧୦ ଭାଗରୁ ଏକ ଭାଗ ଆଇସିୟୁ ଶଯ୍ୟା ହେବା କଥା। ଏବେ ୫୦୦ ଶଯ୍ୟାରେ ୬୦ ଆଇସିୟୁ ଶଯ୍ୟା ଅଛି। ୭ଟି ୟୁନିଟ୍‌ରେ ରୋଗୀସଂଖ୍ୟା ପ୍ରାୟ ୧୫୦୦ ଥିବା ବେଳେ ଆଇସିୟୁ ଶଯ୍ୟା ସଂଖ୍ୟା ୧୫୦ ହେବା କଥା। ଦୈନିକ ୧୦ରୁ ୧୨ ଜଣ ରୋଗୀଙ୍କର ଭେଣ୍ଟିଲେଟର, ଅକ୍ସିଜେନ୍ ଆବଶ୍ୟକ ରହୁଛି। ଏସବୁ ସୁବିଧା ଆଇସିୟୁରେ ଥିବା ବେଳେ ଶଯ୍ୟାସଂଖ୍ୟା ପର୍ଯ୍ୟାପ୍ତ ନ ଥିବାରୁ ୧୦ରୁ ୧୨ ଜଣ ରୋଗୀ ଦୈନିକ ମରଣ ମୁହଁରେ ପଡ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe