‘ଆମ ଜଙ୍ଗଲ’ ଯୋଜନାରେ ଖର୍ଚ ୨୧୭ କୋଟି

Advertisment

ବନ ସୁରକ୍ଷା ସମିତି ସଂଖ୍ୟା ୭ ହଜାରକୁ ବୃଦ୍ଧି ପାଇଁ ନିର୍ଦେଶ

ବନ ସୁରକ୍ଷା ସମିତି ସଂଖ୍ୟା ୭ ହଜାରକୁ ବୃଦ୍ଧି ପାଇଁ ନିର୍ଦେଶ

‘ଆମ ଜଙ୍ଗଲ’ ଯୋଜନାରେ ଖର୍ଚ ୨୧୭ କୋଟି

ଭୁବନେଶ୍ବର: ରାଜ୍ୟରେ ‘ଆମ ଜଙ୍ଗଲ’ ଯୋଜନାରେ ୨୩ଟି ଜଙ୍ଗଲ ଡିଭିଜନ୍‌ ଅନ୍ତର୍ଗତ ୧.୫୮ ଲକ୍ଷ ହେକ୍ଟର ଜଙ୍ଗଲ ଅଞ୍ଚଳକୁ ବ୍ୟାପିଛି। ଏହି ଯୋଜନାରେ ୨.୦୫ ଲକ୍ଷ ହିତାଧିକାରୀଙ୍କ ପାଇଁ ବିକଳ୍ପ ଜୀବିକା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଗତ ଦୁଇବର୍ଷରେ ୨୬୫ କୋଟିର ଅର୍ଥ ବ୍ୟବସ୍ଥା କରାଯାଇଥିବା ବେଳେ ସେଥିମଧ୍ୟରୁ ଖର୍ଚ ହୋଇଛି ୨୧୭ କୋଟି। ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ମନ୍‌ରେଗା ଜୀବିକା ମିସନ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକଳ୍ପ ଜୀବିକା ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ ବୈଠକରେ ଏହି ଯୋଜନାର କାର୍ଯ୍ୟକ୍ରମ ଓ ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏ ପର୍ଯ୍ୟନ୍ତ ୩୧୮୦ ସଂଖ୍ୟକ ବନ ସୁରକ୍ଷା ସମିତି ଗଠନ କରାଯାଇଛି। ପ୍ରତ୍ୟେକ ସମିତିକୁ ୫୦ ହେକ୍ଟର ଜଙ୍ଗଲ ବିଭିନ୍ନ ପ୍ରକାରରେ ବିକାଶ କରିବା ଲାଗି ଦାୟିତ୍ବ ଦିଆଯାଇଛି। ଏହି ସଂଖ୍ୟାକୁ ୭ ହଜାରକୁ ବୃଦ୍ଧି କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଯୋଜନା ସଂପର୍କରେ ବିବରଣୀ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe