ଶିକ୍ଷାରେ ଆମର ମାତୃଭାଷାକୁ ପ୍ରାଥମିକତା ଦେବା ଉଚିତ: ଧର୍ମେନ୍ଦ୍ର

ଆଇଏସ୍‌ସିଏସ୍‌ର ଦ୍ୱିଭାଷୀ ପତ୍ରିକା ‘ପୂର୍ବୋଦୟ’ ଉନ୍ମୋଚିତ

କମ୍ରେଡ ପ୍ରସନ୍ନ କୁମାର ପଣ୍ଡାଙ୍କ ନାମରେ ଡାକଟିକଟ ପ୍ରଚଳନ ପ୍ରସଙ୍ଗ: ଅଶ୍ୱିନୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

AajTak

ଭୁବନେଶ୍ୱର : ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ ପ୍ରତିଷ୍ଠାନ(ଆଇଏସ୍‌ସିଏସ୍)ର ନୂଆ ଦ୍ୱିଭାଷୀ ପତ୍ରିକା ‘ପୂର୍ବୋଦୟ- ଦ ରାଇଜ୍ ଅଫ୍ ଅପରଚ୍ୟୁନିଟି’ର ଇଂରାଜୀ ଓ ଓଡ଼ିଆ ଭାଷାରେ ଉନ୍ମୋଚିତ ହୋଇଯାଇଛି। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଏହାକୁ ଉନ୍ମୋଚନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଜ୍ଞାନ ଓ ବୈଷୟିକ ଜ୍ଞାନ ସାମାଜିକ-ଆର୍ଥିକ ପରିବର୍ତନର ନୂଆ ମାଧ୍ୟମ। ଆମକୁ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆମର ଦୃଷ୍ଟିକୋଣକୁ ପୁନଃବିଚାର କରିବାକୁ ହେବ। ପୂର୍ବ ଭାରତ ତଥା ଦେଶକୁ ଆତ୍ମନିର୍ଭର କରିବା ଓ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଥିବା ଆହ୍ୱାନଗୁଡ଼ିକୁ ସୁଯୋଗରେ ପରିଣତ କରିବାକୁ ହେବ।

ପୂର୍ବ ଭାରତର ସମୃଦ୍ଧ ସଂସ୍କୃତି ଓ ଇତିହାସ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୂର୍ବ ରାଜ୍ୟ ସମୂହଗୁଡ଼ିକର ବିକାଶ ପାଇଁ ନିରନ୍ତର ଉଦ୍ୟମ କରାଯାଉଛି। ଦେଶର ପୂର୍ବ ଭାରତ ଅପାର ସମ୍ଭାବନାରେ ପରିପୂର୍ଣ୍ଣ। ଖଣିଜ, ଉର୍ବର ଜମି ଏବଂ ଅନ୍ୟ ସବୁ ପ୍ରାକୃତିକ ସମ୍ବଳର ଅଭାବ ନ ଥିବା ପୂର୍ବ ଭାରତର ବିକାଶ ଦିଗରେ ଆଗେଇବା ପାଇଁ ଆମେ ସକ୍ଷମ। ଏହା ସହ ଏହି ଅଞ୍ଚଳରେ ସମୃଦ୍ଧ ସଂସ୍କୃତି ପୂର୍ବ କାଳରୁ ରହିଆସିଛି। ଦେଶର ଏହି ଗୌରବମୟ ସ୍ଥାନରେ ସମ୍ରାଟ ଅଶୋକ, ଖାରବେଳ ପ୍ରମୁଖ ଶାସନ କରୁଥିଲେ। ସାମ୍ପ୍ରତିକ ସମୟରେ ସୁବାଷ ଚନ୍ଦ୍ର ବୋଷ, ସ୍ୱାମୀ ବିବେକାନନ୍ଦ, ରବୀନ୍ଦ୍ର ନାଥ ଟାଗୋରଙ୍କ ବିଚାର ମାଧ୍ୟମରେ ଭାରତର ସଂସ୍କୃତି ଓ ପରମ୍ପରାକୁ ପୁନଃଜୀବିତ କରିବାକୁ ପଡ଼ିବ। ଟାଗୋରଙ୍କ ଆଧ୍ୟାତ୍ମିକ ଚେତନାକୁ ଉପଯୋଗ କରି ନୂଆ ଭାରତ ନିର୍ମାଣରେ ପୂର୍ବ ଭାରତକୁ ଆଗେଇ ନେବା ପାଇଁ ପଡ଼ିବ। ପୂର୍ବୋଦୟକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଆଲୋଚନା କରିବା ଦିଗରେ ବୁଦ୍ଧିଜୀବୀ, ଯୁବ ଗବେଷକଙ୍କୁ ଯୋଡ଼ି ପଦକ୍ଷେପ ନେଇଥିବାରୁ ଆଇଏସ୍‌ସିଏସ୍‌କୁ କେନ୍ଦ୍ର ମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। କେବଳ ଦ୍ୱିଭାଷୀ ନୁହେଁ ବରଂ ପୂର୍ବୋଦୟ ପତ୍ରିକାକୁ ବହୁ ଭାଷାରେ ପ୍ରକାଶିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି କିଶୋର କୁମାର ବସା, ଆଇଏସ୍‌ସିଏସ୍‌ର ନିର୍ଦ୍ଦେଶକ ଅରିନ୍ଦମ ମୁଖାର୍ଜୀ ଓ ପୂର୍ବୋଦୟ ପତ୍ରିକାର ସମ୍ପାଦକ ସୁଜିତ ପୃଷେଠ୍ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe