‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ପକ୍ଷରୁ ଆରମ୍ଭ ହୋଇଥିବା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ନାମ ବଦଳି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଦିନ ଭିତରେ ନିର୍ଦେଶାବଳୀ ଜାରି ହେବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି।

dgagdadggdg

Tathya

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ପକ୍ଷରୁ ଆରମ୍ଭ ହୋଇଥିବା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ନାମ ବଦଳି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଦିନ ଭିତରେ ନିର୍ଦେଶାବଳୀ ଜାରି ହେବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି।

ମନ୍ତ୍ରୀ ଶ୍ରୀ ନାଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆମ ଓଡ଼ିଶା, ନବୀନ ଓଡ଼ିଶା ‌େଯାଜନାରେ ପଞ୍ଚାୟତ ପ୍ରତିନିଧିଙ୍କୁ  ଅଣଦେଖା କରାଯାଇଥିଲା। ସେମାନଙ୍କ ଠାରୁ ମତାମତ ନନେଇ ମନଇଚ୍ଛା ପ୍ରକଳ୍ପ ଘୋଷଣା କରାଯାଇଥିଲା। ହେଲେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ। ଲୋକଙ୍କ ପ୍ରସ୍ତାବ ଅନୁସାରେ ସେମାନଙ୍କ ଗାଁ ଓ ପଞ୍ଚାୟତର ବିକାଶ ହେବ। ଏହାଦ୍ବାରା ପଞ୍ଚାୟତିରାଜ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହେବ। ଏହି ଯୋଜନାରେ ପଲ୍ଲୀସଭାକୁ ଗୁରୁତ୍ବ ଦିଆଯିବ। କୌଣସି ପ୍ରକଳ୍ପ ହେବା ପୂର୍ବରୁ ପଲ୍ଲୀସଭାରେ ଏହାକୁ ଅନୁମୋଦନ କରିବା ବ୍ୟବସ୍ଥା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe