୨୦୨୬୦ କଏଦୀଙ୍କ ମଧ୍ୟରୁ ୧୭୫୦୦ ଜଣ ବିଚାରାଧୀନ

ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ଭୁବନେଶ୍ବର : ରାଜ୍ୟର ୮୭ଟି ଜେଲ୍‌ରେ ୨୦୨୬୦ଜଣ କଏଦୀ ଅଛନ୍ତି। ହେଲେ ଏଥିରୁ ୧୭,୫୦୦ ଜଣ ବିଚାରାଧୀନ କଏଦୀ ଅଛନ୍ତି। ୨୭୬୦ଜଣ କଏଦୀ ଦଣ୍ଡାଦେଶ ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫୪୩ ଜଣ ଆଜୀବନ ସଜ୍ଜା କାଟୁଛନ୍ତି ବୋଲି ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି। ବିଧାୟକ ଗଣେଶ ରାମସିଂହ ଖୁଣ୍ଟିଆଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ଯେ ରାଜ୍ୟର ବିଭିନ୍ନ କାରାଗାରରେ ୩୭୪୭ଜଣ ଆଦିବାସୀ କଏଦୀ, ୨୭୮୭ଜଣ ଦଳିତ କଏଦୀ, ୭୧୬ଜଣ ମହିଳା କଏଦୀ ଅଛନ୍ତି। ସେହିପରି ୭ଜଣ କଏଦୀଙ୍କୁ ବେଲ୍‌ ମିଳିଥିଲେ ବି ସେମାନେ ଜେଲ୍‌ରେ ଅଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ମୁକୁଳେଇବା ପାଇଁ ରାଜ୍ୟ ଆଇନ ସେବା ପ୍ରାଧୀକରଣ ମାଧ୍ୟମରେ ଆଇନଗତ ସହାୟତା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe