ଭୁବନେଶ୍ୱର : ଗତ ମେ’ ୨୨ ତାରିଖରେ ରାଜଭବନରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ। ଉତ୍କଳ ସମେତ ରେଭେନ୍ସା, ବ୍ରହ୍ମପୁର, ସମ୍ବଲପୁର, ଗଙ୍ଗାଧର ମେହେର, ଖଲ୍ଲିକୋଟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆଉଟ୍ଡୋର ସ୍ପୋର୍ଟସ ସୁବିଧା କରାଯିବା ସଂପର୍କରେ ସମ୍ମିଳନୀରେ ଆଲୋଚନା ହୋଇଥିଲା। ରାଜ୍ୟପାଳ ତଥା କୁଳାଧିପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସହ ଛାତ୍ରଛାତ୍ରୀଙ୍କ ଖେଳର ବିକାଶ କରିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକ ସାତ ଦିନ ମଧ୍ୟରେ ଆଉଟ୍ଡୋର ସ୍ପୋର୍ଟସ ଭିତ୍ତିଭୂମି ନେଇ ରିପୋର୍ଟ ପଠାଇବାକୁ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ କୁହାଯାଇଛି।
ବିଶ୍ୱବିଦ୍ୟାଳୟରେ ଆଉଟ୍ଡୋର ସ୍ପୋର୍ଟସ ସୁବିଧା
Advertisment
Follow Us