ଏସସିବିରେ ଆରମ୍ଭ ହେଲା ବର୍ହିବିଭାଗ  ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା

Advertisment
ଏସସିବିରେ ଆରମ୍ଭ ହେଲା ବର୍ହିବିଭାଗ  ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା

The New Indian Express

କଟକ: ଏସସିବି ମେଡ଼ିକାଲ ଆସୁଥିବା ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଆଉ ଘଣ୍ଟା ଘଣ୍ଟା ଧରି ଆଉଟଡୋର ଟିକେଟ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ। କାରଣ ଏସସିବିରେ ଆରମ୍ଭ ହେଲା ବର୍ହିବିଭାଗ  ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା। ରୋଗୀ  ଘରେ ବସି ଯେକୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଂଜିକରଣ କରିପାରିବ। ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ରୋଗୀ ଓ ସମ୍ପର୍କୀୟ ।www.eswasthya.odisha.gov.in ଲିଙ୍କ ମାଧ୍ୟମରେ ପଞ୍ଜିକରଣ କରି ସିଧାସଳଖ ଆଉଟ ଡୋର ଟିକେଟର ପ୍ରିଣ୍ଟ ବାହାରକରି ପାରିବେ। ଆଉ ସେହି ପ୍ରିଣ୍ଟକୁ ଧରି ମେଡିକାଲରେ ଡାକ୍ତରଙ୍କୁ ଦେଖାଇ ପାରିବେ। ଏସସିବି ମେଡିକାଲର ଆଉଟ ଡୋର ଟିକେଟ କାଉଣ୍ଟରରେ ଲୋକ ମାନଙ୍କୁ ସୁବିଧା ପ୍ରଦାନ କରିବା ସହ ଭିଡ଼ କମ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଅନ୍ୟପଟେ ଅନଲାଇନ ସହିତ ଅଫଲାଇନ ଟିକେଟ କେନ୍ଦ୍ର ମଧ୍ୟ ଚାଲୁରହିବ । ୭ ଦିନ ପରେ ରୋଗୀଙ୍କ ମତ ନେଇ ସଫ୍‌ଟୱେୟାରରେ ଆବଶ୍ୟକ ମୁତାବକ ପରିବର୍ତ୍ତନ ମଧ୍ୟ କରାଯିବ। ଯେଉଁମାନେ ମୋବାଇଲ ବୁକିଙ୍ଗ କରିଥିବେ ସେମାନଙ୍କୁ ନିଶୁଳ୍କରେ ପ୍ରିଣ୍ଟ ଯୋଗାଇ ଦେବାକୁ ମଧ୍ୟ ଏକ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଏସ ସି ବି ରେଜିଷ୍ଟାର। ତେବେ ଏହି ଅନଲାଇନ ପଞ୍ଜିକରଣ ସୁବିଧାର ଲାଭ କେତେଦୂର ରୋଗୀ ପାଇପାରୁଛି ତାହାକୁ ହିଁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe