ଧର୍ମଗଡ଼:କଳାହାଣ୍ଡି ଜିଲ୍ଲାରେ ଆଗାମୀ ଦିନରେ ଜିଲ୍ଲା ବାହାର ଠିକାଦାରଙ୍କୁ ଅସହଯୋଗ କରାଯିବ । ଏହା ସହ ଠିକା କାମରେ ବ୍ୟବହୃତ ସାମଗ୍ରୀ ଯୋଗାଣରେ ପ୍ରତିବନ୍ଧକ କରାଯିବ ବୋଲି ଜିଲ୍ଲା ଠିକାଦାର ସଂଘ କହିଛି।
କଳାହାଣ୍ଡି ଜିଲ୍ଲା ଠିକାଦାର ସଂଘ(KDCA)ର ବାର୍ଷିକ ସମ୍ବିଳନୀ ଧର୍ମଗଡ଼ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂଘର ଜିଲ୍ଲା ସଭାପତି ଜଗୁ ମଣ୍ଡଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବିଲନି ରେ ଭବାନୀପାଟଣା, ଧର୍ମଗଡ,କେସିଙ୍ଗା, ଜୟପାଟଣା ସମେତ ବିଭିନ୍ନ ଅଞ୍ଚଳରୁ ବହୁ ଠିକାଦାର ଯୋଗ ଦେଇଥିଲେ ।
ଆହୁରି ପଢ଼ନ୍ତୁ:Guru And Buddhia Died: ଆଗ ଚେଲା, ତାପରେ ଗୁରୁ: ମାସକ ମଧ୍ୟରେ ଆଗପଛ ହୋଇ ଚାଲିଗଲେ ଗୁରୁଶିଷ୍ୟ
ଠିକାଦାର ସଂଘର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁସାରେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ଵାରା ହେଉଥିବା ରାସ୍ତା କାମ,ପୋଲ କାମ ଓ ଅନ୍ୟାନ୍ୟ କାମରେ ଜିଲ୍ଲା ବାହାରର ଠିକାଦାରଙ୍କୁ ନ ଆସିବାକୁ ଅନୁରୋଧ କରିବା ସହ ଜିଲ୍ଲାର କାମକୁ କେବଳ ଜିଲ୍ଲାର ଠିକାଦାରମାନେ ହିଁ ସମ୍ପାଦନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।
ଯଦି ଏହି ନିବେଦନକୁ ଜିଲ୍ଲା ବାହାର ଠିକାଦାରମାନେ ଗ୍ରହଣ ନ କରନ୍ତି ହେଲେ ସେହି ଠିକାଦାରଙ୍କୁ ଜିଲ୍ଲାରେ କାମ କରିବା ପାଇଁ ବାଲି ,ଗେଟି ଓ ପିଚୁ ଯୋଗାଣରେ ଅସହଯୋଗ କରାଯିବ ବୋଲି ମଧ୍ୟ କୁହାଯାଇଛି ।
ଏପରିକି ବଡ ବଡ କାମରେ ୧୪ .୯୯ ଲେସରେ ଟେଣ୍ଡର ନପକାଇ ତାକୁ ସିଡ୍ୟୁଲ ରେଟରେ ଟେଣ୍ଡର ଭରିବାକୁ ସମସ୍ତଙ୍କୁ ଅବଗତ କରାଯାଇଛି। ଯାହାଦ୍ବାରା ଠିକାଦାରମାନେ ଦି ପଇସା ପାଇବା ସହ କାମର ମାନ ମଧ୍ୟ ଠିକ୍ ହୋଇ ପାରିବ ବୋଲି ଠିକାଦାରମାନେ କହିଛନ୍ତି।
ଆହୁରି ପଢ଼ନ୍ତୁ:Minor Rape Attempt Teacher Arrested ୧୧ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଶିକ୍ଷକ ଗିରଫ
ବୈଠକରେ ସଂଘର ଉପ ସଭାପତି ବଜରଙ୍ଗ ଅଗ୍ରୱାଲ,ସଂପାଦକ ରଂଜନ ସାହୁ,ଚକ୍ର ସେଠୀ,ଲୋକେଶ ଶର୍ମା, ପ୍ରମୋଦ ପଟ୍ଟନାୟକ, କିଶୋର ଅଗ୍ରୱାଲ, ସୁଧୀର ପଣ୍ଡା ,ମିଟୁ ନାଏକ,,ମୋହନ ଅଗ୍ରୱାଲ,ସମେତ ବହୁ ଠିକାଦାର ମାନେ ଉପସ୍ଥିତ ଥାଇ ନିଜ ନିଜ ମତ ରଖିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/27/kalahandi-district-contractors-association-2025-12-27-16-27-39.jpg)