ଆଉଟସୋର୍ସିଂ ନିଯୁକ୍ତିରେ ଅନିୟମିତତା, ବାତିଲ ନିର୍ଦେଶ ଦେଲେ ଶକ୍ତି ମନ୍ତ୍ରୀ

Advertisment
ଆଉଟସୋର୍ସିଂ ନିଯୁକ୍ତିରେ ଅନିୟମିତତା, ବାତିଲ ନିର୍ଦେଶ ଦେଲେ ଶକ୍ତି ମନ୍ତ୍ରୀ

କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ୩୩/୧୧ କେଭି ଗ୍ରିଡ ଚାର୍ଜ ନ ହେଉଣୁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତିରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହେଲାଣି। ଏଠାରୁ ସଦ୍ୟ ବଦଳି ହୋଇଥିବା ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀ ଆଲୋକ ଶତପଥୀ ଏହି ନିଯୁକ୍ତିରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଘ କର୍ମକର୍ତ୍ତାଙ୍କ ସୁପାରିସ ଥିବା କଥା କହିବା ଘଟଣାକୁ ସନ୍ଦେହ ଘେରକୁ ଟାଣି ଆଣିଛି। ଅନ୍ୟପଟେ ଏହି ନିଯୁକ୍ତିରେ ଦୁର୍ନୀତି କଥା ଉଠିବା ପରେ ସମସ୍ତ ନିଯୁକ୍ତିକୁ ବାତିଲ କରିବାକୁ ନିର୍ଦେଶ ଦେଇଛନ୍ତି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରକାଶ କରିଛନ୍ତି।

ଅଭିଯୋଗ ଅନୁସାରେ, କଳାହାଣ୍ଡିରେ ୩୩/୧୧ କେଭି ଗ୍ରିଡ଼ କାର୍ଯ୍ୟ ସରିବା ପରେ ପଶ୍ଚିମ ଡିଭିଜନରେ ୨ ଗୋଟି ଓ ପୂର୍ବ ଡିଭଜନରେ ୩ ଗୋଟି ଗ୍ରିଡ଼ ଚାର୍ଜ ପାଇଁ ବିଭାଗ ନିର୍ଦେଶ ଦେଇଛି। ଗୋଟିଏ ଗ୍ରିଡ ପିଛା ୭ ଜଣ ନିଯୁକ୍ତି ପାଇବେ। ଏଥିରୁ ୪ଜଣ ଟେକନିକାଲ ଓ ୩ ଜଣ ନନଟେକନିକାଲ ଯୁବକ ଆଉଟସୋର୍ସିଂ ମଧ୍ୟମରେ ଚାକିରି ପାଇବେ। ଆଉଟସୋର୍ସିଂରେ ଏହା ହେଲେ ମଧ୍ୟ ବିଭଗୀୟ ଅଧିକାରୀମାନେ ନିଯୁକ୍ତିକୁ ତାଙ୍କ ଅଧୀନରେ ରଖିଥିବା ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି। ଗ୍ରିଡ ପାଇଁ ନିଯୁକ୍ତିରେ ଜଣ ପିଛା ୨ ଲକ୍ଷ ଟଙ୍କା ଲେଖାଏଁ ସଂଗ୍ରହ ହୋଇଥିବା ଅଭିଯୋଗ ହୋଇଛି। ଅଧୀକ୍ଷଣ ଯନ୍ତ୍ରୀଙ୍କ ବଦଳି ହୋଇଥିବା ସତ୍ୱ୍ତ୍ୱେ ଏହି ନିଯୁକ୍ତିକୁ ତରବରିଆ ଭାବେ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ସଂପର୍କରେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଶତପଥୀଙ୍କୁ ପଚରାଯିବାରୁ ଦୁର୍ନୀତି କଥାକୁ ସେ ଅସ୍ବୀକାର କରି ମନ୍ତ୍ରୀ ଓ ବିଭିନ୍ନ ସଙ୍ଘର ସୁପାରିସ‌ରେ ନିଯୁକ୍ତି ହୋଇଛି ବୋଲି ସେ କହିଥିଲେ। ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ପଚରାଯିବାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀ ଜିଲ୍ଲାରେ ରହିପାରିବେ ନାହିଁ ବୋଲି କହି ତାଂକ ବଦଳି ହୋଇଥିବା ସ‌େ କହିଛନ୍ତି। ଦୁର୍ନୀତିର ପ୍ରମାଣ ଆସିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe