ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଦୈତାରି ବନବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟ୍ ସୋର୍ସିଂ କର୍ମଚାରୀ କଳା ବ୍ୟାଜ୍ ପିନ୍ଧି ଆଉଟ୍ ସୋର୍ସିଂ ପ୍ରଥା ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି, ଛଟେଇ ଆଉଟ୍ ସୋର୍ସିଂ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଆଦି ବିଭିନ୍ନ ଦାବି କରିଛନ୍ତି।
ଏହି ପ୍ରତିବାଦ ମାର୍ଚ୍ଚ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ କରାଯିବା ସହ ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ଏକ ବିଶାଳ ଧାରଣା ଦିଆଯିବ ବୋଲି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଆଉଟ୍ ସୋର୍ସିଂ କର୍ମଚାରୀ ସଂଘ ସଂପାଦକ ରତ୍ନାକର ପାତ୍ର ଓ ସଭାପତି ପ୍ରଶାନ୍ତ କୁମାର ମହାନ୍ତ ପ୍ରକାଶ କରିଛନ୍ତି।
Follow Us