ଠାକୁରମୁଣ୍ଡା : ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ପାଗଳା କୁକୁର କାମୁଡ଼ାରେ ୧୩ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି ଠାକୁରମୁଣ୍ଡା ବଜାରରେ। ଗୁରୁତରମାନେ ହେଲେ ପଣସଡିହା ଗ୍ରାମର ଜାଗର ଦେହୁରୀ(୪୦), ମିଟୁଆଣୀର ବାସନ୍ତୀ ବଂଶୁଳିଆ(୩୦), ନୂଆଗାଁ ବୁଧୁସାହିର ରଙ୍ଗାଧର ମୁଣ୍ଡା(୨୨), ଦିଗଧରର ରାମଚନ୍ଦ୍ର ନାଏକ(୬୦), ନୂଆସାହିର ନାରାୟଣ ମାଝୀ(୨୨), କେନ୍ଦୁଝର ଜିଲ୍ଲା ଅସନବଣିର ସଂଯୁକ୍ତ ମହାନ୍ତ(୩୦), ହାତୀଗୋଡ଼ାର ଗୀତା ବାନ୍ଦିଆ(୨୮), ତାଳପଦାର ରାଘବ ଗିରି(୩୮)। ଅନ୍ୟ ୫ ଜଣ ଠାକୁରମୁଣ୍ଡା ମେଡିକାଲକୁ ଆସି ନଥିଲେ। ଫଳରେ ସେମାନଙ୍କ ନାଁ ଜଣାପଡ଼ି ନାହିଁ। ସୂଚନା ଅନୁସାରେ, ଅପରାହ୍ନ ୪ଟା ବେଳେ ହଠାତ୍ ହାଟ ମଧ୍ୟକୁ ଗୋଟିଏ ପାଗଳା କୁକୁର ପଶି ଆସିଥିଲା। କେହି କିଛି ବୁଝିବା ପୂର୍ବରୁ କୁକୁରଟି ଜଣକ ପରେ ଜଣଙ୍କୁ କାମୁଡ଼ି ଚାଲିଥିଲା। ଏପରିକି କେତେକ ଲୋକଙ୍କ ଆଣ୍ଠୁ ତଳକୁ କାମୁଡ଼ି ମାଂସ ଟାଣି ଆଣିଥିଲା। ଜଣକ ପରେ ଜଣେ ଏହିପରି ୧୩ ଜଣଙ୍କୁ କାମୁଡ଼ି କୁକୁରଟି ଗୁରୁତର କରି ପକାଇଥିଲା। ସେମାନଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ମେଡିକାଲ ପରିସର ଲୋକାରଣ୍ୟ ହୋଇଯାଇଥିଲା। ସୂଚନାଯୋଗ୍ୟ, ବର୍ଷକ ପୂର୍ବରୁ ଶୀତଦିନରେ ଏଭଳି ପାଗଳା କୁକୁର ଆତଙ୍କ ଠାକୁରମୁଣ୍ଡା ଅଞ୍ଚଳରେ ଆତଙ୍କ ଖେଳାଇ ଥିଲା।
ପାଗଳା କୁକୁର ଆତଙ୍କ:୧୩ ଗୁରୁତର
Advertisment
Follow Us