ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନା ଅଧୀନ ଖଏର୍ଦ୍ଦା ୟୁଜିୟୁପି ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇ ୨୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସ୍କୁଲ୍ କର୍ତ୍ତୃପକ୍ଷ ବିଳମ୍ବରେ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଜଳେଶ୍ବରସ୍ଥିତ ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିବା ବେଳେ ଏନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଖଏର୍ଦ୍ଦା ୟୁଜି ୟୁପି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମୋଟ ୧୯୩ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଆଜି ଗାଁରେ ଏକ ଭୋଜି ଥିବାରୁ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଅନ୍ୟମାନେ ସେଠାକୁ ଯାଇଥିଲେ। ତେବେ ଛାତ୍ରଛାତ୍ରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଥିବା ବେଳେ ଅଧଘଣ୍ଟା ପରେ ସମସ୍ତଙ୍କ େପଟରେ ଯନ୍ତ୍ରଣା ସହ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା। ଫଳରେ ଶିକ୍ଷକମାନେ ଖାଦ୍ୟ ଯାଞ୍ଚ କରିଥିଲେ। ତେବେ ରନ୍ଧା ହୋଇଥିବା ଖାଦ୍ୟରେ ଏକ ଝିଟିପିଟି ଥିବା ଜଣାପଡ଼ିଥିଲା। ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବା ସହ ଅଭିଭାବକମାନେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଅପରାହ୍ନରେ ପ୍ରଧାନଶିକ୍ଷକ ସୁଧୀର ପ୍ରଧାନ ତଥା ଅନ୍ୟ ଶିକ୍ଷକମାନେ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ଜଣ ଗୁରୁତରଙ୍କୁ ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ। ତେବେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ୧୩ ବର୍ଷର ଛାତ୍ର ଏସ୍କେ ସମୀଉଲଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିିଥିବା ଜଣାପଡ଼ିଛି। ଏନେଇ ଜିକେ ଭଟ୍ଟର ହସ୍ପିଟାଲ୍ର ଡା. ଗଣେଶ ପାଲଙ୍କ ସହ ଯୋଗାଯୋଗ କରିବାରୁ ସେ ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ରହିଥିବା କହିଛନ୍ତି।
ମଧ୍ୟାହ୍ନ ଭୋଜନରେ ଝିଟିପିଟି : ୨୨ ଛାତ୍ରଛାତ୍ରୀ ଅସୁସ୍ଥ
Advertisment
Follow Us